କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୁବନେଶ୍ବରର 'ଶତାବ୍ଦୀର କଳାକାର' । ଏଠାରୁ ତିଆରି ହୋଇଛନ୍ତି ଅନେକ କଳାକାର । ଆଉ କିଛି ଦିନ ପରେ ଅନୁଷ୍ଠାନ ପାଳିବ ସୁବର୍ଣ୍ଣ ଜୟନ୍ତୀ । ହେଲେ ମିଳୁନି ସରକାରୀ ସହାୟତା । କଳା ଓ କଳାକାର କେମିତି ବଞ୍ଚିବେ ତାହା ବଡ଼ ପ୍ରଶ୍ନ ।
ଶତାବ୍ଦୀର କଳାକାର ନାଟ୍ୟସଂସ୍ଥା ଅନେକ କଳାକାର ତିଆରି କରିଛି । ରାଈମୋହନ ପରିଡ଼ାଙ୍କଠାରୁ ଆରମ୍ଭ କରି, ଅଶ୍ରୁମୋଚନ ମହାନ୍ତି ଓ ଆକାଶ ଦାସନାୟକଙ୍କ ଭଳି ଅନେକ ନାଁକରା କଳାକାର ଏହି ନାଟ୍ୟସଂସ୍ଥାରୁ ସୃଷ୍ଟି ହୋଇଛନ୍ତି । ହେଲେ ଏହି ଅନୁଷ୍ଠାନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ଠିକ୍ ଭାବେ ହୋଇପାରୁନି ଏହାର ରକ୍ଷାଣବେକ୍ଷଣ । କଷ୍ଟେମଷ୍ଟେ ଚାଲିଛି ଏଇ କଳାକାର ତିଆରି କାରଖାନା ଶତାବ୍ଦୀର କଳାକାର ।
ନୟାପଲ୍ଲୀରେ ଏହି ଘରେ ଶତାବ୍ଦୀର କଳାକାର ଚାଲୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଜାଗା ଦେଇଥିଲେ । ହେଲେ ଏବେ ସଂସ୍ଥାର ରକ୍ଷଣାବେକ୍ଷଣ ହୋଇପାରୁନି । କିଛି ବେସରକାରୀ ଅନୁଷ୍ଠାନ, ଅନୁଷ୍ଠାନକୁ ଭଲ ପାଉଥିବା କିଛି ଲୋକ ଏବଂ ଅନୁଷ୍ଠାନର ସଦସ୍ୟ ଦେଉଥିବା କିଛି ଅର୍ଥରେ ଶତାବ୍ଦୀର କଳାକାର ଚାଲିଛି । ସରକାରୀ ସାହାଯ୍ୟ ମିଳୁନି । ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ କହିଛନ୍ତି, ସରକାର ଏନେଇ ଚିନ୍ତା କରୁଛନ୍ତି । କେମିତି ବଞ୍ଚିବ ଶତାବ୍ଦୀର କଳାକାର ? କେବେ ପଡ଼ିବ ସରକାରଙ୍କ ଶୁଭଦୃଷ୍ଟି ? ତାକୁ ଅପେକ୍ଷା ।
ସଂଘର୍ଷ କରୁଛି ‘ଶତାବ୍ଦୀର କଳାକାର’ । ମିଳୁନି ସରକାରୀ ସାହାଯ୍ୟ ସହଯୋଗ ।
ଶତାବ୍ଦୀର କଳାକାର ନାଟ୍ୟସଂସ୍ଥା ଅନେକ କଳାକାର ତିଆରି କରିଛି । ରାଈମୋହନ ପରିଡ଼ାଙ୍କଠାରୁ ଆରମ୍ଭ କରି, ଅଶ୍ରୁମୋଚନ ମହାନ୍ତି ଓ ଆକାଶ ଦାସନାୟକଙ୍କ ଭଳି ଅନେକ ନାଁକରା କଳାକାର ଏହି ନାଟ୍ୟସଂସ୍ଥାରୁ ସୃଷ୍ଟି ହୋଇଛନ୍ତି । ହେଲେ ଏହି ଅନୁଷ୍ଠାନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ।
/kanak/media/media_files/2025/01/30/3qiYJwhdvFyBNSjNVQB6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)