କନକ ବ୍ୟୁରୋ: ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକେଇ ମାମଲାରେ ବିଜେଡିର କାର୍ଯ୍ୟାନୁଷ୍ଠାନ । ଦଳରୁ ବହିଷ୍କୃତ ହେଲେ ସସ୍ମିତା ମାଝୀ । ମାଥିଲି ବ୍ଲକ ଜୋନ-୩ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଜି ବିଜେଡି ପକ୍ଷରୁ କାର୍ଯାନୁଷ୍ଠାନ ହୋଇଛି । ଇ-ସ୍କୁଟି ଯୋଗାଣ ନାଁରେ ବ୍ୟବସାୟୀଙ୍କଠାରୁ ୨୬ ଲକ୍ଷ ଟଙ୍କା ଠକେଇ କରିଥିଲେ ସସ୍ମିତା । ଏନେଇ ତାଙ୍କ ନାଁରେ ମାଥିଲି ଥାନାରେ ଏତଲା ମଧ୍ୟ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ଭାରିପଡ଼ିଲା ପାଣ୍ଡିଆନଙ୍କ ନାଁ ନେଇ ଠକେଇ ଘଟଣା । ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକେଇ ମାମଲାରେ ବିଜେଡିର କାର୍ଯ୍ୟାନୁଷ୍ଠାନ । ଦଳରୁ ବହିଷ୍କୃତ ହେଲେ ସସ୍ମିତା ମାଝୀ । ମାଥିଲି ବ୍ଲକ ଜୋନ-୩ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
/kanak/media/media_files/CJZFyv0yDfZvj2fupvT2.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)