ସରପଞ୍ଚଙ୍କ ନିଆରା ଉଦ୍ୟମ ।  ମଡେଲ ପୋଖରୀ ଦେଉଛି ରୋଜଗାର ।

Advertisment

ସରପଞ୍ଚ ଯଯାତି କେଶରୀଙ୍କ ନିଆରା ପ୍ରୟାସ । ଅଲୋଡ଼ା ଜାଗାରେ ତିଆରି କରିଛନ୍ତି ସୁନ୍ଦର ପାର୍କ ସାଙ୍ଗକୁ ମଡେଲ ପୋଖରୀ ।

ସରପଞ୍ଚ ଯଯାତି କେଶରୀଙ୍କ ନିଆରା ପ୍ରୟାସ । ଅଲୋଡ଼ା ଜାଗାରେ ତିଆରି କରିଛନ୍ତି ସୁନ୍ଦର ପାର୍କ ସାଙ୍ଗକୁ ମଡେଲ ପୋଖରୀ ।

ଡିଏମଏସ୍ ସରପଞ୍ଚ ପଣ୍ଡ ମଡେଲ୍

ଡିଏମଏସ୍ ସରପଞ୍ଚ ପଣ୍ଡ ମଡେଲ୍ Photograph: (kanaknews)

କନକ ବ୍ୟୁରୋ : ବଡ଼ଚଣା ଭୂଷଣ୍ଡପୁର ପଞ୍ଚାୟତର ସରପଞ୍ଚ ଯଯାତି କେଶରୀ ରାଉତ । ୨୦୨୦ରୁ କ୍ରମାଗତ ସରପଞ୍ଚ ଭାବେ ନିର୍ବାଚିତ ଯଯାତି ଜଣେ ଉଚ୍ଚ ଶିକ୍ଷିତ ଯୁବକ। ନିଜର ନିରନ୍ତର ପ୍ରୟାସ ବଳରେ ଅଲୋଡା ଜାଗାକୁ ଦେଇଛନ୍ତି ନୂଆ ରୂପ । ଗାଁରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପୋଖରୀର ପୁନଃରୁଦ୍ଧାର କରି ତା’ ପାଖରେ ଏକ ସୁନ୍ଦର ପାର୍କ ନିର୍ମାଣ କରିଛନ୍ତି। ଯାହାକି ବାରୁଣବନ୍ତ ପର୍ଯ୍ୟଟନସ୍ଥଳୀ ନାଁ ରଖାଯାଇଛି । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ୫୨ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପଟି କରାଯାଇଛି ।

ତେବେ ୧୫ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଆତ୍ମନିଯୁକ୍ତିର ସୁଯୋଗ ଦେଇଛି ଏହି ପର୍ଯ୍ୟଟନସ୍ଥଳୀ। ଏଡା ସହ ସ୍ଥାନୀୟ ରାଧାଗୋବିନ୍ଦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି । ସାଢ଼େ ୬ ଏକର ପରିମିତ ଜମିରେ ନିର୍ମିତ ଏହି ସ୍ଥାନଟିରେ ବିଭିନ୍ନ ପ୍ରଜାତିର ଫୁଲ ଗଛ ସହ ନଡ଼ିଆ ଗଛ ଲଗାଯାଇଛି । ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯିବା ସହ ପୋଖରୀରେ ବୋଟିଂ ସୁବିଧା ମଧ୍ୟ କରାଯାଇଛି। ପାର୍କ ନିକଟକୁ ଲାଗି ରହିଛି ଗ୍ରାମୀଣ ଜଙ୍ଗଲ। ଏହା ପର୍ଯ୍ୟଟନସ୍ଥଳୀର ଶୋଭାକୁ ଦ୍ୱିଗୁଣିତ କରୁଛି। ଯାହାକୁ ଦେଖିବାକୁ ଯାଜପୁର ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ସରକାରଙ୍କ ଯୋଜନାକୁ କିପରି ସଫଳ ରୂପାୟନ କରାଯାଇପାରିବ ବାରୁଣବନ୍ତ ପର୍ଯ୍ୟଟନସ୍ଥଳୀ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି  । 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe