କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ । ପାଣ୍ଡିଆକେରା ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ମଝିରେ ଠେଙ୍ଗାବାଡ଼ିରେ ପିଟାପିଟିର ଭିଡ଼ିଓ ସାମ୍ନାକୁ ଆସିଛି । ନୂତନ ଅଙ୍ଗନବାଡି ଘର ନିର୍ମାଣକୁ ନେଇ ସରପଂଚଙ୍କ ସହ ଗାଁର କିଛି ଲୋକଙ୍କ ଭିତରେ ବଚସା ହୋଇଥିଲା । ଯାହାକୁ ନେଇ ଉତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଥିଲା ।
ଉଭୟଙ୍କ ଭିତରେ ଗଣ୍ଡଗୋଳ ଯୋଗୁଁ ଦୁଇଗୋଷ୍ଠୀ ଭିତରୁ ୫ ଜଣ ଆହତ ହୋଇଛନ୍ତି । ଭୁବନେଶ୍ବରର ଏକ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସରପଂଚଙ୍କ ସ୍ବାମୀ । ଶିମିଳିପାଟଣା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।