ଆବାସ ଟଙ୍କା ହଡପ କରିଥିଲେ; ବନ୍ଧାହେଲେ ସରପଞ୍ଚ ଓ ତାଙ୍କ ସ୍ବାମୀ

Advertisment

ମହଙ୍ଗା ପଡ଼ିଲା ଆବାସ ଟଙ୍କା ହଡ଼ପ । ବନ୍ଧାହେଲେ ଆର ଉଦୟଗିରୀ ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତର ସରପଞ୍ଚ ଓ ସ୍ବାମୀ । ହିତାଧିକାରୀଙ୍କ ଆକାଉଣ୍ଟରୁ ଦୁଇଟି କିସ୍ତିରେ ଉଠାଇ ନେଇଥିଲେ ଟଙ୍କା ।

ମହଙ୍ଗା ପଡ଼ିଲା ଆବାସ ଟଙ୍କା ହଡ଼ପ । ବନ୍ଧାହେଲେ ଆର ଉଦୟଗିରୀ ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତର ସରପଞ୍ଚ ଓ ସ୍ବାମୀ । ହିତାଧିକାରୀଙ୍କ ଆକାଉଣ୍ଟରୁ ଦୁଇଟି କିସ୍ତିରେ ଉଠାଇ ନେଇଥିଲେ ଟଙ୍କା ।

ଆବାସ ଦୁର୍ନୀତି

ଆବାସ ଦୁର୍ନୀତି Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ଆବାସ ଯୋଜନାରେ ଟଙ୍କା ହଡ଼ପ କରିବା ପଡ଼ିଲା ମହଙ୍ଗା । ସରପଞ୍ଚଙ୍କ ସହ ଗିରଫ ହେଲେ ସ୍ବାମୀ । ଗଜପତି ଜିଲ୍ଲା ଆର ଉଦୟଗିରୀ ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତ ସାରାଡ଼ା ସାହିରେ ଆବାସ ଦୁର୍ନୀତି ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଜୟନ୍ତୀ ରଇତଙ୍କ କାର୍ୟ୍ୟାଦେଶକୁ ସରପଞ୍ଚ ଲୁଚାଇ ରଖିଥିଲେ । ପରେ ଜୟନ୍ତୀଙ୍କ ନିକଟକୁ ଭୁଲରେ ଟଙ୍କା ଚାଲିଯାଇଥିବା କହି ଦୁଇଟି କିସ୍ତିର ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଉଠାଇ ନେଇଥିଲେ । 

ଏହି ସତ ସାମ୍ନାକୁ ଆସିବା ପରେ  ସରପଞ୍ଚଙ୍କୁ ଟଙ୍କା ମାଗିଥିଲେ ଜୟନ୍ତୀ । କନ୍ତୁ ଟଙ୍କା ଦେବାକୁ ମନା କରିବା ସହ ହତ୍ୟା ଧମକ ଦେଇଥିଲେ ସରପଞ୍ଚ । ଏନେଇ ଆର୍ ଉଦୟଗିରୀ ଥାନାରେ ଲିଖିତ ଅଭିଯୋଗ ସହ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ କରିଥିଲେ ଜୟନ୍ତୀ । ଘଟଣାରେ ସରପଞ୍ଚଙ୍କ ସହ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe