କନକ ବ୍ୟୁରୋ: ଆବାସ ଯୋଜନାରେ ଟଙ୍କା ହଡ଼ପ କରିବା ପଡ଼ିଲା ମହଙ୍ଗା । ସରପଞ୍ଚଙ୍କ ସହ ଗିରଫ ହେଲେ ସ୍ବାମୀ । ଗଜପତି ଜିଲ୍ଲା ଆର ଉଦୟଗିରୀ ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତ ସାରାଡ଼ା ସାହିରେ ଆବାସ ଦୁର୍ନୀତି ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଜୟନ୍ତୀ ରଇତଙ୍କ କାର୍ୟ୍ୟାଦେଶକୁ ସରପଞ୍ଚ ଲୁଚାଇ ରଖିଥିଲେ । ପରେ ଜୟନ୍ତୀଙ୍କ ନିକଟକୁ ଭୁଲରେ ଟଙ୍କା ଚାଲିଯାଇଥିବା କହି ଦୁଇଟି କିସ୍ତିର ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଉଠାଇ ନେଇଥିଲେ ।
ଏହି ସତ ସାମ୍ନାକୁ ଆସିବା ପରେ ସରପଞ୍ଚଙ୍କୁ ଟଙ୍କା ମାଗିଥିଲେ ଜୟନ୍ତୀ । କନ୍ତୁ ଟଙ୍କା ଦେବାକୁ ମନା କରିବା ସହ ହତ୍ୟା ଧମକ ଦେଇଥିଲେ ସରପଞ୍ଚ । ଏନେଇ ଆର୍ ଉଦୟଗିରୀ ଥାନାରେ ଲିଖିତ ଅଭିଯୋଗ ସହ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ କରିଥିଲେ ଜୟନ୍ତୀ । ଘଟଣାରେ ସରପଞ୍ଚଙ୍କ ସହ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।