ଧୀରେ ଧୀରେ ଖୋଲୁଛି ସମର୍ଥ ଅନୁଷ୍ଠାନର ଗୁମର : ଅନ୍ତେବାସୀ ଖୁସିରେ ଅଛନ୍ତି କହି ଭିଡିଓ କରୁଥିଲେ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର

Advertisment

ସାମ୍ନାକୁ ଆସିଛି ସମ୍ବଲପୁର ସମର୍ଥ ଅନୁଷ୍ଠାନର ଆଉ ଏକ ଭିଡ଼ିଓ । ମାନସିକ ଅନଗ୍ରସର ରୋଗୀଙ୍କୁ ନଚାଇବା ସହ ଏହାର ଭିଡିଓ ଉତ୍ତୋଳନ କରୁଥିଲେ ସମ୍ପାଦକ। ଅନ୍ତେବାସୀ ମାନେ ଭଲରେ ଅଛନ୍ତି ବୋଲି ଦେଖାଇବାକୁ  ସମ୍ପାଦକ ଏହି ଭିଡିଓ କରୁଥିବା ଅଭିଯୋଗ ହୋଇଛି

Updated On

ସାମ୍ନାକୁ ଆସିଛି ସମ୍ବଲପୁର ସମର୍ଥ ଅନୁଷ୍ଠାନର ଆଉ ଏକ ଭିଡ଼ିଓ । ମାନସିକ ଅନଗ୍ରସର ରୋଗୀଙ୍କୁ ନଚାଇବା ସହ ଏହାର ଭିଡିଓ ଉତ୍ତୋଳନ କରୁଥିଲେ ସମ୍ପାଦକ। ଅନ୍ତେବାସୀ ମାନେ ଭଲରେ ଅଛନ୍ତି ବୋଲି ଦେଖାଇବାକୁ  ସମ୍ପାଦକ ଏହି ଭିଡିଓ କରୁଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
samarath

samarath Photograph: (KanakNews )

କନକବ୍ୟୁରୋ : ସାମ୍ନାକୁ ଆସିଛି ସମ୍ବଲପୁର ସମର୍ଥ ଅନୁଷ୍ଠାନର ଆଉ ଏକ ଭିଡ଼ିଓ । ମାନସିକ ଅନଗ୍ରସର ରୋଗୀଙ୍କୁ ନଚାଇବା ସହ ଏହାର ଭିଡିଓ ଉତ୍ତୋଳନ କରୁଥିଲେ ସମ୍ପାଦକ। ଅନ୍ତେବାସୀ ମାନେ ଭଲରେ ଅଛନ୍ତି ବୋଲି ଦେଖାଇବାକୁ  ସମ୍ପାଦକ ଏହି ଭିଡିଓ କରୁଥିବା ଅଭିଯୋଗ ହୋଇଛି। ସେହି ଭିଡିଓଙ୍କୁ ରୋଗୀ ଆସିଥିବା ଜିଲ୍ଲାର ଅଧିକାରୀଙ୍କୁ ପଠାଉଥିଲେ। ଯାହା ଏବେ ଭାଇରାଲ ହେଉଛି  । 

କେମିତି ଜୋରଜବରଦସ୍ତି ଅନ୍ତେବାସୀଙ୍କୁ ନଚାଇ ଭିଡ଼ିଓ କରୁଥିଲେ ତାର ଦୃଶ୍ୟ ସମ୍ନାକୁ ଆସିଛି । ସୁଚନା ଅନୁଯାୟୀ ସମର୍ଥ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ମାଡ ମାରିବା ପରେ ଖୋଲୁଛି କଳା କାରନାମାର ପେଡ଼ି  ।

ଅନୁଷ୍ଠାନରେ ବର୍ଷେ ଭିତରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି ।  କିନ୍ତୁ ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପାଖରେ ଖବର ନଥିବା କହିଥିଲେ  । 

ଅନ୍ୟପଟେ ଦିବ୍ୟାଙ୍ଗଙ୍କୁ ମାଡ ଘଟଣାରେ ଆକ୍ସନକୁ ଆସିଥିଲେ  ଜିଲ୍ଲା ପ୍ରଶାସନ ।  କଣ ସତରେ ଆଶ୍ରୟ ନାଁରେ ଏଭଳି ନିର୍ଯାତନା ଦେଇଥିଲେ , ଏଭଳି ସତ୍ୟ ଶୁଣିବା ପରେ ବିଭିନ୍ନ ଆଡୁ ବିଭିନ୍ନ ନିର୍ଯାତନା ଘଟଣା ଏବେ ସାମ୍ନାକୁ ଆସୁଛି  ରିର୍ପୋଟ ଅନୁଯାୟୀ   6 ଜଣ ଅନ୍ତେବାସୀ  ବର୍ଷକରେ  ମରିଥିବା ମରିଛନ୍ତି କିନ୍ତୁ କେଉଁ ଆଧାରରେ ସେମାନଙ୍କ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ,  ବର୍ତ୍ତମାନ ସମସ୍ତ ଘଟଣା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe