କନକ ବ୍ୟୁରୋ: ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି କ୍ରିକେଟର ସର୍ଫରାଜ ଖାନଙ୍କ ଭାଇ ମୁଶିର ଖାନ । ଏହି ଦୁର୍ଘଟଣାରେ ମୁଶୀର ଖାନଙ୍କ ବେକରେ ଗଭୀର ଆଘାତ ଲାଗିଛି । ମୁଶୀର ନିଜ ବାପାଙ୍କ ସହ ଆଜମଗଡରୁ ଲକ୍ଷ୍ନୌ ଯାଉଥିଲେ, ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ହେଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି କାର ରାସ୍ତା ଉପରେ ୪ରୁ୫ ଥର ପଲଟିଛି, ଯାହା ଫଳରେ ମୁଶୀରଙ୍କୁ ଗଭୀର ଆଘାତ ଲାଗିଛି ।
ବର୍ତ୍ତମାନ ମୁଶୀରଙ୍କୁ ୬ ସପ୍ତାହ ଯାଏଁ କ୍ରିକେଟରୁ ଦୂରରେ ରହିବାକୁ ପଡିପାରେ । ସେ ୩ ମାସ ପରେ କ୍ରିକେଟକୁ ଫେରିପାରନ୍ତି । ଏହି ଆଘାତ ପାଇଁ ମୁଶୀର ଇରାନୀ ଟ୍ରଫିରୁ ବିଶ୍ରାମ ନେଇପାରନ୍ତି ।
ମୁଶୀର ଖାନ ଦଲ୍ଲିପ ଟ୍ରଫି ୨୦୨୪ରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲେ । ନିଜ ଡେବ୍ୟୁ ମ୍ୟାଚରେ ମୁଶୀର ଇଣ୍ଡିଆ-ବି ତରଫରୁ ଇଣ୍ଡିଆ-ଏ ବିପକ୍ଷରେ ୧୮୧ ରନର ପାଳି ଖେଳିଥିଲେ । ୨୭୩ ବଲରୁ ସେ ଏହି ରନ ହାସଲ କରିଥିଲେ ଯେଉଁଥିରେ ୧୬ ଚୌକା ଓ ୫ ଛକା ସାମିଲ ଥିଲା । ଦଲ୍ଲିପ ଟ୍ରଫି ଡେବ୍ୟୁରେ କୌଣସି ଟିନ ଏଜରଙ୍କ ଏହା ତୃତୀୟ ସବୁଠାରୁ ବଡ ସ୍କୋର । ମୁଶୀର ଖାନ ସଚିନ ତେନ୍ଦୁଲକରଙ୍କୁ ବି ପଛରେ ପକାଇ ଦେଇଛନ୍ତି ଯିଏ ୧୯୯୧ ମସିହା ଦଲ୍ଲିପ ଟ୍ରଫିରେ ନିଜ ଡେବ୍ୟୁ ମ୍ୟ।।ଚରେ ୧୫୯ ରନ କରିଥିଲେ ।