କେବେ ଲାଲ, କେବେ ହଳଦି, ଆଜି ମିଥିଳା ପ୍ରିଣ୍ଟ ଶାଢୀରେ ନିର୍ମଳା ; ବିହାର ସହ ରହିଛି ଲିଙ୍କ

ନିର୍ମଳା ସୀତାରମଣ, ଦେଶର ଅର୍ଥମନ୍ତ୍ରୀ ଯିଏ ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ପାଇଛନ୍ତି। ଏହା ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ। ତେବେ ୨୦୧୯ଠାରୁ ୨୦୨୫ ଯାଏଁ ବଜେଟ୍ ଉପସ୍ଥାପନ ବେଳେ  ନିର୍ମଳା ପିନ୍ଧିଥିବା ଶାଢୀକୁ ନେଇ ଖୁବ୍ ଚର୍ଚ୍ଚା

saree

saree Photograph: (KanakNews)

କନକ ବ୍ୟୁରୋ: ନିର୍ମଳା ସୀତାରମଣ, ଦେଶର ଅର୍ଥମନ୍ତ୍ରୀ ଯିଏ ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ପାଇଛନ୍ତି। ଏହା ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ। ତେବେ ୨୦୧୯ଠାରୁ ୨୦୨୫ ଯାଏଁ ବଜେଟ୍ ଉପସ୍ଥାପନ ବେଳେ  ନିର୍ମଳା ପିନ୍ଧିଥିବା ଶାଢୀକୁ ନେଇ ଖୁବ୍ ଚର୍ଚ୍ଚା ହୁଏ। ସଂକ୍ଷେପରେ ନିର୍ମଳାଙ୍କ ଶାଢୀ ସଉକ।
 ୨୦୨୫ ସାଧାରଣ ବଜେଟ ପାଇଁ ଆଜି ନିର୍ମଳା ସୀତାରମଣଙ୍କ ଶାଢୀ ବି ଖବରରେ। ସେ ସବୁବେଳେ ହ୍ୟାଣ୍ଡଲୁମ ଶାଢୀକୁ ପସନ୍ଦ କରୁଥିବାବେଳେ ଏହା ପଛରେ କିଛି ନା କିଛି ଖାସ୍ ମହତ୍ବ ଥାଏ । ଆଜି ନିର୍ମଳାଙ୍କୁ ବିହାରର ମଧୁବନୀ ପ୍ରିଣ୍ଟ ଥିବା ଇକ୍କତ ସିଲ୍କ ଶାଢୀରେ ଦେଖିବାକୁ ମିଳିଛି । ବଡ କଥା ହେଉଛି ପଦ୍ମ ସମ୍ମାନରେ ସମ୍ମାନୀତ ଦୁଲାରୀ ଦେବୀଙ୍କୁ ସମ୍ମାନ ଜଣାଇ ଆଜି ସେ ଏହି ଶାଢୀ ପିନ୍ଧିଛନ୍ତି। 

୨୦୨୪ ଜୁଲାଇରେ ପୂର୍ଣ୍ଣ ବଜେଟ ଉପସ୍ଥାପନ ବେଳେ ଆନ୍ଧ୍ରପ୍ରଦେଶର ଧଳା ରଙ୍ଗର ରେଶମ ଶାଢୀ ପିନ୍ଧିଥିଲେ । ଏଥିରେ ଲାଇଟ୍ ପିଙ୍କ ରଙ୍ଗର ବର୍ଡର ଥିଲା। ୨୦୨୪ର ଅନ୍ତରୀଣ ବଜେଟ ସମୟରେ ନୀଳ ସହ କ୍ରିମ ରଙ୍ଗର କାନ୍ଥା ଷ୍ଟିଚ୍ ଶାଢୀ ପିନ୍ଧିଥିଲେ। ଏହି ଶାଢୀ ପଶ୍ଚିମବଙ୍ଗରେ ଖୁବ୍ ଲୋକପ୍ରିୟ। ଏହାପୂର୍ବରୁ ୨୦୨୩ର ସାଧାରଣ ବଜେଟ୍ ଉପସ୍ଥାପନ କରିବା ସମୟରେ ଲାଲ ରଙ୍ଗ ସହ କଳା ରଙ୍ଗର ବର୍ଡର ଥିବା ଆକର୍ଷଣୀୟ ଶାଢୀ ପିନ୍ଧିଥିଲେ । ଏହା କର୍ଣ୍ଣାଟକର ଧାରବାଡ ଅଞ୍ଚଳର ହସ୍ତତନ୍ତ ଶାଢୀ। 

ଏହାପୂର୍ବରୁ ସୀତାରମଣ ୨୦୨୨ ବଜେଟ୍ ଉପସ୍ଥାପନ କରିବା ସମୟରେ ଓଡିଶାର ଶାଢୀ ପିନ୍ଧିଥିଲେ । ଗାଢ ଖଇରିଆ ରଙ୍ଗ ସହ କଳା ରଙ୍ଗର ବର୍ଡର ଏହି ଥିଲା ବୋମକାଇ ପାଟ । ଓଡିଶାର ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ ସମୟରେ କୁହାଯାଇଥିଲା। 
 

୨୦୨୧ ବଜେଟରେ ସୀତାରମଣ ଲାଲ ସହ ଅଫ୍ ହ୍ବାଇଟ ରଙ୍ଗର ପୋଚମପଲ୍ଲୀ ଆକର୍ଷଣୀୟ ଶାଢୀ ପିନ୍ଧିଥିଲେ। ଏହା ତାଙ୍କ ପାଇଁ ହାଇଦ୍ରାବାଦର ପୋଚମପଲ୍ଲୀ ଗାଁରୁ ଅଣାଯାଇଥିଲା। ଏହି ବର୍ଷର ବଜେଟ ଖାସ୍ ଥିଲା କାରଣ ପୂର୍ବରୁ ଅର୍ଥମନ୍ତ୍ରୀ ବଜେଟ୍ ନଥିପତ୍ରକୁ ପାରମ୍ପରିକ ବହିଖାତା ଆକାରରେ ଆଣୁଥିବାବେଳେ  ୨୦୨୧ରେ ବଜେଟକୁ ଲାଲ ରଙ୍ଗର ଟାବ୍ଲେଟରେ ପ୍ରସ୍ତୁତ କରାଗଲା। 

ସେହିପରି ୨୦୨୦ ବଜେଟରେ ନିର୍ମଳାଙ୍କୁ ହଳଦିଆ ରଙ୍ଗ ଶାଢୀରେ ଦେଖିବାକୁ ମିଳିଥିଲା। ଏହା ଶୁଭ ଓ ସମୃଦ୍ଧିର ପ୍ରତୀକ ହୋଇଥିବାରୁ ଏହି ରଙ୍ଗର ସିଲ୍କ ଶାଢୀ ପିନ୍ଧିଥିବା କୁହାଯାଇଥିଲା। 

୨୦୧୯ ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିଥିଳେ ନିର୍ମଳା । ଗୋଲାପୀ ସୁନେଲି ବର୍ଡର ମଙ୍ଗଲଗିରି ଶାଢୀ ପିନ୍ଧିଥିଲେ। ଏହି ବଜେଟ ବି ଥିଲା ଖାସ୍ । କାରଣ ଏହା ପୂର୍ବରୁ ବଜେଟ ବ୍ରିଫକେସରେ ଆସୁଥିବାବେଳେ ପ୍ରଥମ ଥର ନିର୍ମଳା ବଜେଟକୁ ଖାତାବହି ରୂପରେ ଆଣିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe