କନକ ବ୍ୟୁରୋ: ଦ୍ୱନ୍ଦରେ ପୁରୀବାସୀ । କେଉଁ ଦିନ ପାଳନ କରିବେ ସରସ୍ବତୀ ପୂଜା । କେଉଁ ପାଞ୍ଜିର ଗଣନାକୁ କରିବେ ବିଶ୍ୱାସ କୋଉ ପଣ୍ଡିତଙ୍କ କଥା ମାନିବେ । ଯେହେତୁ ଶ୍ରୀମନ୍ଦିରରେ ୨ ତାରିଖରେ ଶ୍ରୀ ପଞ୍ଚମୀରେ ପାଳିତ ହେଉଛି ମହା ପ୍ରଭୁଙ୍କର ୩ରଥ କାଠ ଅନୁକୁଳ । ତେଣୁ ଶ୍ରୀକ୍ଷେତ୍ରୋସୀ ସେହି ତିଥି ଓ ତାରିଖରେ ସରସ୍ବତୀ ପୂଜା ପାଳନ କରିବେ । ଏପଟେ ଜ୍ୟୋତିର୍ବିଦ ୨ ନୁହେଁ, ୩ ତାରିଖରେ ଶ୍ରୀପଞ୍ଚମୀ ପଡ଼ୁଥିବା କହିବା ସହ ମୁକ୍ତି ମଣ୍ଡପ ଓ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ।
 
ଫେବୃଆରୀ ୨ ନା ୩ ତାରିଖ। କେଉଁ ଦିନ ସରସ୍ବତୀ ପୂଜା। ତାକୁ ନେଇ ଦେଖା ଦେଇଥିଲା ଦ୍ବନ୍ଦ୍ବ। ଏହି ଦ୍ବନ୍ଦ୍ବ ଦୂର କରିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ୨ ତାରିଖରେ ଶ୍ରୀପଞ୍ଚମୀ ତିଥିରେ ପୂଜା ପାଇବେ ବାଗଦେବୀ। ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ବିଭିନ୍ନ ପଞ୍ଜିକାରମାନଙ୍କ ସହ ପାଞ୍ଜି ସମୀକରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିଦିନ ତିନିରଥର ଧଉରା କାଠକୁ ମଧ୍ୟ ପୂଜାର୍ଚ୍ଚନା କରାଯିବ। 
 
ସରସ୍ବତୀ ପୂଜାକୁ ନେଇ ଭିନ୍ନଭିନ୍ନ ପାଞ୍ଜିରେ ଭିନ୍ନଭିନ୍ନ ତାରିଖ ଉଲ୍ଲେଖ ରହିଛି । କିଛି ପାଞ୍ଜି ୨ ତାରିଖ ଏବଂ କିଛି ପାଞ୍ଜି ୩ ତାରିଖରେ ସରସ୍ବତୀ ପୂଜା ନେଇ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଲୋକ । ଶ୍ରୀମନ୍ଦିର ପ୍ରଶାସନ ସେ ଦ୍ବନ୍ଦ୍ବ ଦୂର କରିଥିଲେ ବି ଜ୍ୟୋତିର୍ବିଦ ଏହାକୁ ଗ୍ରହଣ କରିନାହାନ୍ତି । ଜ୍ୟୋତିର୍ବିଦଙ୍କ ମତରେ ଫେବୃଆରୀ ୩ରେ ଶ୍ରୀପଞ୍ଚମୀ । ୨୦୨୪ରୁ ୨୫ ଯାଏଁ ବିଭିନ୍ନ ପର୍ବପର୍ବଣୀକୁ ନେଇ ପାଞ୍ଜିରେ ଦୁଇ ଦୁଇଟି ତାରିଖ ରହୁଛି । ବାରମ୍ବାର ପାଞ୍ଜିକୁ ନେଇ ଲାଗିରହିଥିବା ଏ ଦ୍ବନ୍ଦ୍ବ ଦୂର ହେବାର ଆବଶ୍ୟକତା ରହିଛି ।