ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜ୍ଞାନ, ବୁଦ୍ଧି ଓ କଳାର ଦେବୀ ମା ସରସ୍ୱତୀଙ୍କ ପୂଜା ପାଳିତ

Advertisment

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରତିବର୍ଷର ଭଳି ଏହି ବର୍ଷ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହିତ ସରସ୍ୱତୀ ପୂଜା ଏଵଂ ଏହା ସହିତ ହନୁମାନ ଚାଳିଶା ମଧ୍ୟପାଳିତ ହୋଇଥିଲା । ଜ୍ଞାନ, ବୁଦ୍ଧି ଓ କଳାର ଦେବୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ବିଦ୍ୟାଳୟ ପ୍ରାଙ୍ଗଣକୁ ସୁନ୍ଦର ଭାବେ ସଜାଯାଇଥିଲା  ପ୍ରଭାତରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।

2

Photograph: (kanaknews)

କନକ ବ୍ୟୁରୋ : ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରତିବର୍ଷର ଭଳି ଏହି ବର୍ଷ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହିତ ସରସ୍ୱତୀ ପୂଜା ଏଵଂ ଏହା ସହିତ ହନୁମାନ ଚାଳିଶା ମଧ୍ୟପାଳିତ ହୋଇଥିଲା। ଜ୍ଞାନ, ବୁଦ୍ଧି ଓ କଳାର ଦେବୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ବିଦ୍ୟାଳୟ ପ୍ରାଙ୍ଗଣକୁ ସୁନ୍ଦର ଭାବେ ସଜାଯାଇଥିଲା  ପ୍ରଭାତରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପୂଜା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ସାର୍ , ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ ସାର୍ ,ସ୍ଵର୍ଣ୍ଣଲତା ମହାନ୍ତି ମହାଶୟା,ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।  ଛାତ୍ରଛାତ୍ରୀମାନେ ଭକ୍ତିଗୀତ, ଶ୍ଲୋକ ପାଠ ଓ ପୁଷ୍ପାଞ୍ଜଳି ଦେଇ ମା ସରସ୍ୱତୀଙ୍କୁ ପ୍ରଣାମ ଜଣାଇଥିଲେ। ସମସ୍ତେ ମା ସରସ୍ୱତୀଙ୍କ ଆଶୀର୍ବାଦ ଲାଭ କରି ଆନନ୍ଦ ଓ ଶାନ୍ତି ଅନୁଭବ କରିଥିଲେ ।  ଶେଷରେ ପ୍ରସାଦ ବଣ୍ଟନ ସହିତ କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ସମାପ୍ତ ହୋଇଥିଲା ।  ହନୁମାନ ଚାଳିଶା ପୂଜା ରେ ମଧ୍ଯ ୧୦୮ ଥର ହନୁମାନ ଭଗବାନଙ୍କର ନାମ ଜପ କରାଯାଇଥିଲା । ସମଗ୍ର ପୂଜା ପାଳନ ଶିକ୍ଷାମୂଳକ ଓ ଆଧ୍ୟାତ୍ମିକ ପରିବେଶରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe