ଜନ ପ୍ରତିନିଧି ହେବ ତ ସାନଖୁଣ୍ଟା ସରପଞ୍ଚ ସୁମି ହାଁସଦାଙ୍କ ଭଳି । ପଢ଼ିପାରନ୍ତି ଦୁଃଖୀର ମନ ।

Advertisment

ଚିହ୍ନି ପାରନ୍ତି ଭୋକିଲାଙ୍କ ପେଟ । ଅନାଥ ଅସହାୟଙ୍କ ମୁହଁରେ ହସ ଫୁଟାଉଛି ସରପଞ୍ଚଙ୍କ 'ମୁଠାଏ ଚାଉଳ' ଡ୍ରମ୍ ।

ଚିହ୍ନି ପାରନ୍ତି ଭୋକିଲାଙ୍କ ପେଟ । ଅନାଥ ଅସହାୟଙ୍କ ମୁହଁରେ ହସ ଫୁଟାଉଛି ସରପଞ୍ଚଙ୍କ 'ମୁଠାଏ ଚାଉଳ' ଡ୍ରମ୍ ।

'ମୁଠାଏ ଚାଉଳ' ଫୁଟାଏ ହସ

'ମୁଠାଏ ଚାଉଳ' ଫୁଟାଏ ହସ

କନକ ବ୍ୟୁରୋ :  ଆଜିର ସ୍ବାର୍ଥପର ଦୁନିଆରେ ଜଣେ ନିସ୍ବାର୍ଥପର ମଣିଷ। ଅନାଥ, ଅସହାୟ ମଣିଷର ସାହା-ଭରସା। ସେମିତି ଜଣେ ଦରଦି ବନ୍ଧୁ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମି ହାଁସଦା। ଅଭାବୀ ମଣିଷର ଭୋକିଲା ପେଟକୁ ଚିହ୍ନି ପାରନ୍ତି। ସେହି ଯନ୍ତ୍ରଣାକୁ ଦୂର କରିବା ପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି ମହିଳା ସରପଞ୍ଚ। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଡ୍ରମ ରଖିଛନ୍ତି ସରପଞ୍ଚ। ଯେଉଁଥିରେ ଲେଖା ହୋଇଛି ‘ମୁଠାଏ ଚାଉଳ’।

ଏହାର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତକୁ ରାସନ ନବାକୁ ଆସିଥିବା ହିତାଧିକାରୀ ସ୍ବଇଚ୍ଛାରେ ରାସନରୁ କିଛି ଚାଉଳ ଡ୍ରମରେ ଦାନ କରିବେ। ଆଉ ସମସ୍ତଙ୍କର ଏହି ଛୋଟିଆ ଉଦ୍ୟମରେ କିଛି ଗରିବ ଲୋକଙ୍କ ମୁହଁରେ ହସ ଫୁଟିବ।  ସୁମି ନିଜେ ସେହି ଚାଉଳ ଡ୍ରମ ପାଖେ ଛିଡ଼ା ହୋଇ ଚାଉଳ ଦେଉଥିବା ଲୋକଙ୍କୁ ଧନ୍ୟବାଦ ସୂରୁପ ନମସ୍କାର କରିଥାନ୍ତି। ସରପଞ୍ଚ ସୁମିଙ୍କର ଏହି ପ୍ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।   ଜଣ ଜନପ୍ରତିନିଧି ଏମିତି ହେବା ଉଚିତ୍ । ବର୍ତମାନ ସମୟରେ ମାଳମାଳ ଦୁର୍ନୀତିଖୋର ବାବୁ ଓ ନେତାଙ୍କ ଭିଡ଼ ଭିତରେ ବାରି ହୋଇପଡ଼େ ମହିଳା ସରପଞ୍ଚ ସୁମିଙ୍କ ଏହି ମହତ କାର୍ଯ୍ୟ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe