ରେଳ ଯୋଗାଯୋଗକୁ ସୁଦୃଢ଼ କରିବ ସାନ୍ତ୍ରାଗାଛି-ତାମ୍ବରମ ଅମୃତ ଭାରତ ଏକ୍ସପ୍ରେସ୍‌

Advertisment

ଏହି ଟ୍ରେନ୍‌ ପଶ୍ଚିମବଙ୍ଗକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ସହ ଯୋଡ଼ିବ । ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ଏବଂ ଚେନ୍ନାଇର ସହରତଳି ଅଞ୍ଚଳ ତାମ୍ବରମ ମଧ୍ୟରେ ଏହି ଟ୍ରେନ ଚାଲିବ । ଏହା ଫଳରେ ୪ଟି ରାଜ୍ୟର ‌ରେଳଯାତ୍ରୀମାନେ ଅଧିକ ସୁବିଧା ପାଇବେ ।

Train Connectivity

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଆରମ୍ଭ ହେବାକୁ ଥିବା ସାନ୍ତ୍ରାଗାଛି-ତାମ୍ବରମ ଅମୃତ ଭାରତ ଏକ୍ସପ୍ରେସ୍‌ ପୂର୍ବ ଓ ଦକ୍ଷିଣ ଭାରତ ମଧ୍ୟରେ ରେଳ ଯୋଗାଯୋଗକୁ ସୁଦୃଢ଼ କରିବ । ଏହି ଟ୍ରେନ୍‌ ପଶ୍ଚିମବଙ୍ଗକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ସହ ଯୋଡ଼ିବ । ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ଏବଂ ଚେନ୍ନାଇର ସହରତଳି ଅଞ୍ଚଳ ତାମ୍ବରମ ମଧ୍ୟରେ ଏହି ଟ୍ରେନ ଚାଲିବ । ଏହା ଫଳରେ ୪ଟି ରାଜ୍ୟର ‌ରେଳଯାତ୍ରୀମାନେ ଅଧିକ ସୁବିଧା ପାଇବେ । ଉକ୍ତ ଟ୍ରେନ ଦେଶର ପ୍ରମୁଖ ପର୍ଯ୍ୟଟନ ଓ ସାଂସ୍କୃତିକ ସ୍ଥାନ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସହର ନିକଟ ଦେଇ ଯାତ୍ରା କରିବ । ଏଥିଯୋଗୁ ଉପରୋକ୍ତ ୪ ରାଜ୍ୟର ପର୍ଯ୍ୟଟନ, ବ୍ୟବସାୟ ଏବଂ ଲୋକଙ୍କ ଯାତାୟାତରେ ଉନ୍ନତି ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe