କନକବ୍ୟୁରୋ : ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ୟ୍ୟକ୍ରମରେ ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ଲୁଗାବୁଣା ସଫଳତା କାହାଣୀ କହିବା ପରେ ଏବେ ସାନ୍ତାଳୀ ଶାଢ଼ିର ଚର୍ଚ୍ଚା। ଜିଲ୍ଲାର ୬୫୦ରୁ ଅଧିକ ସାନ୍ତାଳୀ ମହିଳା ତନ୍ତରେ ଲୁଗାବୁଣି ରୋଜଗାରକ୍ଷମ ହୋଇଛନ୍ତି । କେବଳ ରୋଜଗାର ନୁହେଁ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ର ୧୨୫ତମ ଏପିସୋଡରେ ଜାତୀୟ ଏକତା ଏବଂ ପ୍ରଗତିରେ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର କାନୋଇଂ ଚାମ୍ପିଅନ ରଶ୍ମିତା ସାହୁଙ୍କ ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଧାନମନ୍ତ୍ରୀ ରାଶ୍ମିତାଙ୍କ ଯାତ୍ରା, ଶ୍ରୀନଗରରେ ସମ୍ପ୍ରତି ଅନୁଷ୍ଠିତ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ତାଙ୍କର ବିଜୟ ଏବଂ ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବା ପାଇଁ ରଶ୍ମିତାଙ୍କର ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଥିଲେ।
ମନ୍ କି ବାତ୍ର ଅନ୍ୟତମ ଆକର୍ଷଣ ଥିଲା ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଯୁବ ଖେଳାଳି ରଶ୍ମିତା ସାହୁଙ୍କ ଆଲୋଚନା। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଖେଳୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବରେ ସ୍ୱର୍ଣ୍ଣ ପଦକ ଜିତିଥିବା ରସ୍ମିତା ସାହୁଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ-ରଶ୍ମିତାଙ୍କ କଥାବାର୍ତ୍ତା:
ପ୍ରଧାନମନ୍ତ୍ରୀ: ରଶ୍ମିତା, କ୍ରୀଡା ଜଗତରେ ତୁମର ସଫଳତା ପାଇଁ ଅଭିନନ୍ଦନ। ତୁମର ଯାତ୍ରା ବିଷୟରେ ଆମକୁ କୁହ।
ରଶ୍ମିତା: ମୁଁ ଓଡ଼ିଶାର ଏବଂ ୨୦୧୭ ମସିହାରେ କାନୋଇଂ ଆରମ୍ଭ କରିଥିଲି। ମୁଁ ଜାତୀୟ ଚାମ୍ପିଅନସିପ୍ ଏବଂ କ୍ରୀଡାରେ ଅଂଶଗ୍ରହଣ କରି ୪୧ ପଦକ ଜିତିଛି। ସେଥିରେ ୧୩ ସ୍ୱର୍ଣ୍ଣ, ୧୪ ରୌପ୍ୟ ଏବଂ ୧୪ କାଂସ୍ୟ ପଦକ ରହିଛି। ମୋ ଗାଁ ପାଖରେ ଏକ ନଦୀରେ ଡଙ୍ଗା ଦେଖି ମୁଁ ପ୍ରଥମେ କାନୋଇଂ କରିବାକୁ ଚାହିଁଥିଲି କରିଥିଲି। ମୋ ବାପାଙ୍କ ପ୍ରୋତ୍ସାହନରେ, ମୁଁ ଜଗତପୁରର ଏସଏଆଇ କ୍ରୀଡ଼ା କେନ୍ଦ୍ରରେ ଯୋଦେଇଥିଲି।
ପ୍ରଧାନମନ୍ତ୍ରୀ: ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ମହୋତ୍ସବ ପାଇଁ କଶ୍ମୀର ଯାଇଥିଲ। ଅଭିଜ୍ଞତା କିପରି ଥିଲା?
ରଶ୍ମିତା: ଏହା ବହୁତ ସ୍ୱତନ୍ତ୍ର ଥିଲା। ମୁଁ ସିଙ୍ଗଲ୍ସ ୨୦୦ ମିଟର ଏବଂ ଡବଲ୍ସ ୫୦୦ ମିଟର ଇଭେଣ୍ଟରେ ଅଂଶଗ୍ରହଣ କରିଥିଲି। ଉଭୟରେ ସ୍ୱର୍ଣ୍ଣ ପଦକ ଜିତିଥିଲି। ପରିବେଶ ଅତ୍ୟନ୍ତ ଉତ୍ସାହଜନକ ଥିଲା।
ପ୍ରଧାନମନ୍ତ୍ରୀ: ଖେଳ ବ୍ୟତୀତ ଆଉ କ’ଣ ହବି ଅଛି?
ରଶ୍ମିତା: ମୁଁ ଦୌଡ଼ିବା ଏବଂ ଫୁଟବଲ୍ ଖେଳିବାକୁ ମଧ୍ୟ ଭଲ ପାଏ। ସ୍କୁଲରେ ମୁଁ ଯେଉଁ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲି ସେଥିରେ ଚାମ୍ପିଅନ୍ ହେଉଥିଲି।
ପ୍ରଧାନମନ୍ତ୍ରୀ: ଯୁବ ଆଶାୟୀମାନଙ୍କୁ କ’ଣ ବାର୍ତ୍ତା ଦେବେ?
ରଶ୍ମିତା: ପରୀକ୍ଷା ଯୋଗୁ ଅନେକ ପିଲା,ବିଶେଷକରି ଝିଅମାନଙ୍କୁ ବାହାରକୁ ଯିବାକୁ କିମ୍ବା ଖେଳ ଛାଡିବାକୁ ଅନୁମତି ଦିଆଯାଉନାହିଁ। ଖେଲୋ ଇଣ୍ଡିଆ ଭଳି ଯୋଜନା ଖେଳାଳିମାନଙ୍କୁ ଆର୍ଥିକ ଭାବରେ ସାହାଯ୍ୟ କରୁଛି ଏବଂ ସେମାନଙ୍କୁ ଖେଳ ଜାରି ରଖିବାକୁ ପ୍ରେରଣା ଦେଉଛି। ମୋର ବାର୍ତ୍ତା ହେଉଛି, ହାର ମାନନ୍ତୁ ନାହିଁ। ଖେଳ କେବଳ ପଦକ ଆଣେ ନାହିଁ ବରଂ ସୁସ୍ଥ ମଧ୍ୟ ରଖେ।
ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କର ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ଏବଂ ଅସୁବିଧା ସତ୍ତ୍ୱେ ତାଙ୍କ କ୍ରୀଡା ସ୍ୱପ୍ନକୁ ସମର୍ଥନ କରିବାରେ ତାଙ୍କ ପିତାଙ୍କ ଭୂମିକାକୁ ଭୁରି ଭୁରି ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ରଶ୍ମିତା କହିଛନ୍ତି,ମୁଁ ଜଣେ କାୟାକିଂ-କାନୋଇଂ ଖେଳାଳି। ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି। ଏହା ବହୁତ ଭଲ ଲାଗିଲା। ତାଙ୍କ ସହ କଥା ହୋଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହା ମୋ ପାଇଁ, ମୋ ପ୍ରଶିକ୍ଷକ, ମୋ ପରିବାର ଏବଂ ମୋ ଗାଁ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା। ମୁଁ ତାଙ୍କ ସହ କଥା ହୋଇ ବେଶ୍ ଖୁସି। ଆମେ ଖେଳାଳି। ଆମକୁ ଦେଶ ପାଇଁ ପ୍ରଦର୍ଶନ କରିବାକୁ ପଡିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/03/17-2025-09-03-09-42-08.jpg)