ଗ୍ଲାମର ଜୀବନରୁ ସନ୍ନ୍ୟାସିନୀ: ବଦଳିଲା ଅଭିନେତ୍ରୀଙ୍କ ପରିଚୟ

Advertisment

ଗ୍ଲାମର ଦୁନିଆରୁ କଟିଲା ସମ୍ପର୍କ । ସନ୍ନ୍ୟାସିନୀ ଭାବେ ମିଳିଲା ନୂଆ ପରିଚୟ । ବଲିଉଡ୍ ଅଭିନେତ୍ରୀରୁ ମହାମଣ୍ଡଳେଶ୍ୱର ଯାତ୍ରାକୁ ନେଇ ବଢ଼ିଲା ଚର୍ଚ୍ଚା । ମହାକୁମ୍ଭରେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି ମମତା କୁଲକଣ୍ଣିଂ ।

ଗ୍ଲାମର ଦୁନିଆରୁ କଟିଲା ସମ୍ପର୍କ । ସନ୍ନ୍ୟାସିନୀ ଭାବେ ମିଳିଲା ନୂଆ ପରିଚୟ । ବଲିଉଡ୍ ଅଭିନେତ୍ରୀରୁ ମହାମଣ୍ଡଳେଶ୍ୱର ଯାତ୍ରାକୁ ନେଇ ବଢ଼ିଲା ଚର୍ଚ୍ଚା । ମହାକୁମ୍ଭରେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି ମମତା କୁଲକଣ୍ଣିଂ ।

ୈାୌୈୌ

ୈୌିୈୌୈ

କନକ ବ୍ୟୁରୋ: ଗ୍ଲାମର ଦୁନିଆରୁ କଟିଲା ସମ୍ପର୍କ । ସନ୍ନ୍ୟାସିନୀ ଭାବେ ମିଳିଲା ନୂଆ ପରିଚୟ । ବଲିଉଡ୍ ଅଭିନେତ୍ରୀରୁ ମହାମଣ୍ଡଳେଶ୍ୱର ଯାତ୍ରାକୁ ନେଇ ବଢ଼ିଲା ଚର୍ଚ୍ଚା । ମହାକୁମ୍ଭରେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି ମମତା କୁଲକଣ୍ଣିଂ । ସଙ୍ଗମରେ ନିଜର ପିଣ୍ଡଦାନ କରି ବନିଛନ୍ତି ସ୍ବାଧୀ । ଏଣିକି ସେ ମହାମଣ୍ଡଳେଶ୍ୱର ଶ୍ରୀ ୟାମି ମମତାନନ୍ଦ ଗିରି ନାମରେ ପରିଚିତ ହେବେ। କିନ୍ନର ଆଖଡ଼ାରୁ ସେ ଦୀକ୍ଷା ଗ୍ରହଣ କରି ଆଧ୍ୟାତ୍ମିକ ମାର୍ଗ ଆପଣାଇଛନ୍ତି।

ମହାମଣ୍ଡଳେଶ୍ୱରକୁ ନେଇ ବଡ଼ ବିବାଦ
ପ୍ରଶ୍ନ ଉଠାଇଲେ କିନ୍ନର ଜଗତଗୁରୁ
ମମତାଙ୍କ ମହାମଣ୍ଡଳେଶ୍ୱର ହେବା ଘଟଣାକୁ ନେଇ ବଢ଼ିଲା ବିବାଦ । ଜଣେ ମହିଳା କିନ୍ନର ଅଖାଡାରେ ସାମିଲ ହେବା ଘଟଣାକୁ ନାପସନ୍ଦ କରିଛନ୍ତି କିନ୍ନର ଜଗତଗୁରୁ ହିମାଙ୍ଗି ସଖୀ । ଶିକ୍ଷା ନପାଇ ଦୀକ୍ଷା କିଭଳି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି । ତେବେ ୯୦ ଦଶକର ଏହି ଅଭିନେତ୍ରୀ ପୂର୍ବରୁ ଅନେକ ବିବାଦ ନେଇ ଛନ୍ଦି ହୋଇଛନ୍ତି ।

ଡ୍ରଗ୍ କେସରେ ଛନ୍ଦି ହୋଇଥିଲେ ମମତା
୨୦୨୬ରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା ମୁମ୍ବାଇ ପୋଲିସ
୨୦୧୩ରେ ଡ୍ରଗ୍‌ ମାଫିଆ ଭିକି ଗୋସ୍ବାମୀ ସହ ବିବାହ ନେଇ ଚର୍ଚ୍ଚା
ବିବାହକୁ ଖଣ୍ଡନ, ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିଲେ ମମତା
ଏକ ମାଗାଜିନ ପାଇଁ ଫଟୋ ସୁଟ୍‌ କରି ବିବାଦକୁ ଆସିଥିଲେ
ବୋଲ୍ଡ ସିନ୍‌କୁ ନେଇ ଚର୍ଚ୍ଚାରେ ଥିଲେ ମମତା

୯୦ ଦଶକରେ ବଲିଉଡରେ ଥିଲେ ବଡ଼ ଚେହେରା । ଜଣେ ଏଭଳି ଅଭିନେତ୍ରୀ ଯିଏକି ସେସମୟର ପ୍ରାୟ ସବୁ ବଡ଼ ଅଭିନେତାଙ୍କ ସହ କାମ କରିଛନ୍ତି । ସାହାରୁଖ, ସଲମାନ, ଅଜୟ ଦେବଗନ, ଅନିଲ କପୁରୁ, ଗୋବିନ୍ଦା, ସୈଫ ଅଲ୍ଲୀ ଖାନଙ୍କ ସହ ବଡ଼ ପରଦାରେ ନଜର ଆସିଛନ୍ତି ମମତା । ଅଭିନୟ ପାଇଁ ତାଙ୍କୁ ଦର୍ଶକ ଯେତିକି ପସନ୍ଦ କରୁଥିଲେ ଦର୍ଶକ ତାଠାରୁ ଅଧିକ ଚର୍ଚ୍ଚା ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ଥିଲା । ୧୯୯୩ରେ ଷ୍ଟାରଡଗ୍ସ ମାଗାଜିନ ପାଇଁ ଫଟୋ ସୁଟ୍‌ କରି ବିବାଦକୁ ଆସିଥିଲେ । ଏହାପରେ ଅଚାନକ ଭାବେ ଫିଲ୍ମ ପରଦାରୁ ଗାଏବ ହୋଇଯାଇଥିଲେ । ଅଣ୍ଡରୱାଲ୍ଡ ଡ୍ରଗ୍‌ ମାଫିଆ ବିକି ଗୋ ସ୍ବାମୀଙ୍କ ସହ ମମତାଙ୍କ ବିବାହ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଯାହାକୁ ସେତେବେଳେ ସେ ଖଣ୍ଡନ କରିଥିଲେ । ଏବେ ୫୩ ବର୍ଷୀୟା ମମତାଙ୍କ ମହାମଣ୍ଡଲେଶ୍ବର ହେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe