ରାଜସ୍ଥାନ ରୟାଲ୍ସକୁ ଝଟକା: ସଞ୍ଜୁ ସାମସନ ଏବେ ବି ଅନଫିଟ୍, ରିୟାନ ପରାଗ ହେବେ କ୍ୟାପଟେନ୍

ରାଜସ୍ଥାନ ରୟାଲ୍ସଙ୍କ ଅଧିନାୟକ ସଞ୍ଜୁ ସାମସନ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ର ପ୍ରଥମ ୩ ମ୍ୟାଚ୍ ଖେଳିବେ ନାହିଁ । ଆଉ ରାଜସ୍ଥାନ ନିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ମାର୍ଚ୍ଚ ୨୩ରେ ଖେଳିବ । ଆଉ ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗ କମାଣ ସମ୍ଭାଳିବେ ।

riyan

Photograph: (kanak news)

କନକ ବ୍ୟୁରୋ: ରାଜସ୍ଥାନ ରୟାଲ୍ସଙ୍କ ଅଧିନାୟକ ସଞ୍ଜୁ ସାମସନ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ର ପ୍ରଥମ ୩ ମ୍ୟାଚ୍ ଖେଳିବେ ନାହିଁ । ଆଉ ରାଜସ୍ଥାନ ନିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ବିପକ୍ଷରେ ମାର୍ଚ୍ଚ ୨୩ରେ ଖେଳିବ । ଆଉ ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗ କମାଣ ସମ୍ଭାଳିବେ । ରାଜସ୍ଥାନ ରୟାଲ୍ସର ନିୟମିତ କ୍ୟାପଟେନ ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ ବେଳେ ଆଙ୍ଗୁଳିରେ ବଲ ବାଜିବା ଯୋଗୁଁ ଆହତ ହୋଇଥିଲେ । ଚାମ୍ପିୟନ୍ସ ଟ୍ରଫି ସମୟରେ ତାଙ୍କ ଆଙ୍ଗୁଳିର ଅସ୍ତ୍ରୋପଚାର ହୋଇଥିଲା । ଏଥିପାଇଁ ବିସିସିଆଇ ତାଙ୍କୁ ୱିକେଟ୍‌ କିପିଂ  ପାଇଁ କ୍ଲିନଚିଟ୍ ଦେଇନାହିଁ ।

ସେହିପରି ସଞ୍ଜୁସାମସନଙ୍କ ଅନୁପସ୍ଥିତିରେ ଧ୍ରୁବ ଜୁରେଲଙ୍କୁ ୱିକେଟ୍‌ କିପିଂ  ଦାୟିତ୍ୱ ମିଳିପାରେ । ଜୁରେଲଙ୍କୁ ଫ୍ରାଞ୍ଜାଇଜ ୧୪ କୋଟି ଟଙ୍କାରେ ରିଟେନ୍ କରିଥିଲା । ଟିମରେ ଅନ୍ୟ କୌଣସି ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ ନାହାନ୍ତି । ରାଜସ୍ଥାନ ରୟାଲ୍ସ ଆଇପିଏଲ ଅଭିଯାନର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ବିପକ୍ଷରେ ମାର୍ଚ୍ଚ ୨୩ରେ ଖେଳିବ । ତେବେ ରିୟାନ ପରାଗ ଏହି ମ୍ୟାଚରେ ଅଧିନାୟକ ରହିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe