କନକ ବ୍ୟୁରୋ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଚ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି । ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ପରଦା ହଟିଛି । ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ । ସଞ୍ଜୟ ରୟ ହିଁ ଏକ ମାତ୍ର ଅଭିଯୁକ୍ତ । ସେ ହିଁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଛି । ତେବେ ଦୁଇ ମାସର ତଦନ୍ତ ମଧ୍ୟରେ ଆଜି କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ସିବିଆଇ । ଏହା ପୂର୍ବରୁ ସିବିଆଇ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ୨୦୦ ଜଣଙ୍କ ବୟାନ ଚାର୍ଜସିଟରେ ରେକର୍ଡ କରାଯାଇଛି । ଏଥିରେ ସଞ୍ଜୟ ରୟକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

Advertisment

ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା । ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଯେତିକି ଦୁଃଖଦ ନଥିଲା, ତାଠୁ ଅଧିକ ଅସନ୍ତୋଷ ସୃଷ୍ଟି କରିଥିଲା । କାର୍ଯ୍ୟାଳୟରେ ମହିଳାଙ୍କ ସୁରକ୍ଷା ଏବଂ ଦୋଷୀଙ୍କ ବେଧଡ଼କ ଅପରାଧ ପାଇଁ ସରକାରଙ୍କ ପରିଚାଳନା ପଦ୍ଧତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା ପୁଲିସ । ମାତ୍ର ଦେଶବ୍ୟାପୀ ଆନ୍ଦୋଳନ ଜୋର୍ ଧରିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ କଲିକତା ହାଇକୋର୍ଟ ।