ଆଜି ସୁପ୍ରିମକୋର୍ଟରେ ସଞ୍ଜୟର ଶୁଣାଣି ; ମୃତ୍ୟୁ  ଯାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସେସନ୍ସ କୋର୍ଟ

ଆର ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା ।  ଆଜି ସୁପ୍ରମିକୋର୍ଟରେ ହେବ ଶୁଣାଣି  । ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦୋଷୀ ସଞ୍ଜୟ ରାୟକୁ ମୃତ୍ୟୁ ପର୍ୟ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସିବିଆଇ କୋର୍ଟ ।

SANJAY RAY

SANJAY RAY Photograph: (KANAKNEWS)

କନକ ବ୍ୟୁରୋ: ଆର ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରମିକୋର୍ଟରେ ହେବ ଶୁଣାଣି । ଏହି ମାମଲାରେ ଦୋଷୀ ସଞ୍ଜୟ ରାୟକୁ ସିବିଆଇ କୋର୍ଟ ମୃତ୍ୟୁ ପର୍ୟ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ହେଲେ ମୃତ୍ୟୁ ଦଣ୍ଡ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର, ଡାକ୍ତର ସଂଘ, ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ବିଜେପି ।  ଏହି ମାମଲାକୁ ନିଜ ଆଡୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । 

ଶୁଣାଣି ସମୟରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ବାପା ମାଆଙ୍କ ଦ୍ବାରା ମାମଲାର ପୁନଃ ତଦନ୍ତ ଦାବି ଆବେଦନକୁ ମଧ୍ୟ ଗ୍ରହଣ କରିବେ । ଅନ୍ୟପଟେ ପଶ୍ଚିମଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍‌ସି ସରକାର ମଧ୍ୟ ଦୋଷୀ ସଞ୍ଜୟ ରାୟଙ୍କ ମୃତ୍ୟୁଦଣ୍ଡ ଦାବି କରି ହାଇକୋର୍ଟ ଯାଇଛନ୍ତି । ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରି ସରକାର କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe