କନକ ବ୍ୟୁରୋ: ଆର ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରମିକୋର୍ଟରେ ହେବ ଶୁଣାଣି । ଏହି ମାମଲାରେ ଦୋଷୀ ସଞ୍ଜୟ ରାୟକୁ ସିବିଆଇ କୋର୍ଟ ମୃତ୍ୟୁ ପର୍ୟ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ହେଲେ ମୃତ୍ୟୁ ଦଣ୍ଡ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର, ଡାକ୍ତର ସଂଘ, ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ବିଜେପି ।  ଏହି ମାମଲାକୁ ନିଜ ଆଡୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । 

Advertisment

ଶୁଣାଣି ସମୟରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ବାପା ମାଆଙ୍କ ଦ୍ବାରା ମାମଲାର ପୁନଃ ତଦନ୍ତ ଦାବି ଆବେଦନକୁ ମଧ୍ୟ ଗ୍ରହଣ କରିବେ । ଅନ୍ୟପଟେ ପଶ୍ଚିମଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍‌ସି ସରକାର ମଧ୍ୟ ଦୋଷୀ ସଞ୍ଜୟ ରାୟଙ୍କ ମୃତ୍ୟୁଦଣ୍ଡ ଦାବି କରି ହାଇକୋର୍ଟ ଯାଇଛନ୍ତି । ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରି ସରକାର କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି ।