କନକବ୍ୟୁରୋ : ହାଇକୋର୍ଟଙ୍କ ଦ୍ବାରସ୍ଥ କରିସ୍ମା କପୁର ।  ସ୍ବର୍ଗତ ସ୍ବାମୀ ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ନିଜର ଅଧିକାର ଦର୍ଶାଇ କୋର୍ଟରେ ପହଞ୍ଚିଛନ୍ତି ପ୍ରଥମ ପତ୍ନି କରିସ୍ମା କପୁରଙ୍କ ପୁଅ ଓ ଝିଅ । ସୂଚନା ଅନୁସାରେ ମୃତ ସଞ୍ଜୟ କପୁରଙ୍କ ୩୦ହଜାର କୋଟିର ସାମ୍ରାଜ୍ୟ ରହିଛି ।ଯେଉଁଥିରେ ପୂର୍ଣ୍ଣ ଅଧିକାର ଦାବି କରି କମ୍ପାନୀ ମାଲିକାନ ଏବେ ଦ୍ବୀତିୟ ପତ୍ନି ପ୍ରିୟା ସଚଦେବଙ୍କ ପାଖରେ ରହିଛି ।ତେବେ ପ୍ରିୟା ଦସ୍ତାବିଜରେ ଗଡବଡ କରି ସଞ୍ଜୟଙ୍କ ସବୁ ସମ୍ପତ୍ତି ମାଡି ବସିଥିବା ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀଙ୍କ ସନ୍ତାନ ।ସଞ୍ଜୟଙ୍କ ମୃତ୍ୟୁ ପରେ ସମାନ ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମା ରାଣୀ କପୁର ।

Advertisment

ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କର AI ଜେନେରେଟେଡ୍ ଫଟୋର ଅପବ୍ୟବହାରରୁ ତାଙ୍କୁ ରକ୍ଷା କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ କହିଛନ୍ତି ଯେ ତାଙ୍କ ଅନୁମତି ବିନା ତାଙ୍କର ଫଟୋଗୁଡ଼ିକୁ ବାଣିଜ୍ୟିକ ଲାଭ ପାଇଁ ବ୍ୟବହାର କରାଯାଉଛି। ସେ କୋର୍ଟରୁ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରିଛନ୍ତି।ଐଶ୍ୱର୍ଯ୍ୟା ରାୟ ତାଙ୍କ ଆବେଦନରେ କହିଛନ୍ତି, 'ଅବାସ୍ତବ ଅନ୍ତରଙ୍ଗ ଫଟୋଗୁଡ଼ିକୁ କଫି, ମଗ୍ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରିବା ପାଇଁ ବ୍ୟବହାର କରାଯାଇଛି। ଯେଉଁ ସ୍କ୍ରିନସଟ୍‌ଗୁଡ଼ିକରେ ଫଟୋଗୁଡ଼ିକୁ ବିକୃତ କରାଯାଇଛି ତାହା କେବେ ଐଶ୍ୱର୍ଯ୍ୟା ରାୟଙ୍କର ନଥିଲା। ଏଗୁଡ଼ିକ ସବୁ  ଜେନେରେଟେଡ୍।'