କନକ ବ୍ୟୁରୋ: ଯାଜପୁର ମେଡିକାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଯଯାତି କେଶରୀ ମେଡିକାଲରେ ସଫେଇ ଠପ୍। ଧାରଣାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଯଯାତୀ କେଶରୀ ମେଡ଼ିକାଲ କଲେଜରେ କାର୍ଯ୍ୟରତ ସଫେଇ କର୍ମଚାରୀ । ଠିକା ସଂସ୍ଥା ଦୁଇମାସ ଧରି ଦରମା ନଦେବା ପ୍ରତିବାଦରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ସଫେଇ ସେବା ଠପ୍ ହୋଇଯାଇଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ସଫେଇ କର୍ମଚାରୀ। ନିଯୁକ୍ତି ଦିନ ଠାରୁ ଉକ୍ତ ଠିକା ସଂସ୍ଥା କର୍ମଚାରୀଙ୍କ ସହ ଏପରି ଠକି ଆସୁଥିବା ଅଭିଯୋଗ ହୋଇଛି।