ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ଘଟଣା । ବିଏମସି ଅଫିସ ଆଗରେ ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର ଧାରଣା

ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ମାମଲା । ନ୍ୟାୟ ଦାବିରେ ଆଜି ବି ଆନ୍ଦୋଳନରେ ସଫେଇ କର୍ମଚାରୀ । ବିଏମସି ଅଫିସ ଆଗରେ ଭୁବନେଶ୍ୱର ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର ଧାରଣା ।

protest 11

protest 11 Photograph: (Kanak News )

କନକ ବ୍ୟୁରୋ : ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ମାମଲା । ନ୍ୟାୟ ଦାବିରେ ଆଜି ବି ଆନ୍ଦୋଳନରେ ସଫେଇ କର୍ମଚାରୀ । ବିଏମସି ଅଫିସ ଆଗରେ ଭୁବନେଶ୍ୱର ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର ଧାରଣା । ୩ ଦଫା ଦାବି ନେଇ ଧାରଣା ଦେଲେ ଶତାଧିକ ସଫେଇ କର୍ମଚାରୀ । 

sahadev
sahadev Photograph: (Kanak News )

ଦୁଇ ଦିନ ହେଲାଣି ଭୁବନେଶ୍ୱରରେ ବୁଲିଣି ଝାଡୁ ଓ ଉଠିନି ଅଳିଆ । ହତ୍ୟା ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ଅଟଳ ସଫେଇ କର୍ମୀ । ବୁଧବାର ସକାଳୁ ଝିଅକୁ ସ୍କୁଲ ଛାଡି ଫେରିବାବେଳେ ସହଦେବଙ୍କୁ ବୀଭତ୍ସ ଭାବେ କରାଯାଇଥିଲା ହତ୍ୟା । କେଦାରପଲ୍ଲି ବସ୍ତିରେ ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଆଣିଛନ୍ତି ଅଭିଯୋଗ । ଘଟଣାରେ ୩ ଜଣଙ୍କୁ ଗିରଫ କରି ଗତକାଲି ସିନ୍ ରିକ୍ରିଏସନ୍ କରିଥିଲା କମିସନରେଟ୍ ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe