କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସରେ ପଞ୍ଚାୟତର ନିଆରା ପଦକ୍ଷେପ । ଆଦିବାସୀ ମହିଳାଙ୍କୁ ସାନିଟାରୀ ନ୍ୟାପକିନ୍ ବଣ୍ଟନ କରାଯାଇଛି । ଏହାସହ ଋତୁସ୍ରାବ ସମୟରେ ସାନିଟାରୀ ନ୍ୟାପକିନ୍ ବ୍ୟବହାର ପାଇଁ ଶପଥ କରାଛନ୍ତି ମାଲକାନିଗିର ମାଥିଲି ପିଇଓ ଆଶୋକ ମହାରଣା । ଋତୁସ୍ରାବ ସମୟରେ ମହିଳା ମାନେ ସାନିଟାରୀ ନ୍ୟାପକିନ୍ ବ୍ୟବହାର କରିବା ଦରକାର। ଏହା ମହିଳାଙ୍କୁ ସୁସ୍ଥ ରଖେ,ରୋଗରୁ ସୁରକ୍ଷା ଦିଏ । ତେବେ ଆଜି ବି ଅନେକ ଗାଁର ମହିଳା ସଚେତନତା ଓ ଅର୍ଥାଭାବରୁ କପଡ଼ା ବ୍ୟବହାର କରୁଛନ୍ତି । ତେଣୁ ମାଥିଲି ପଞ୍ଚାୟତ ତରଫରୁ ଏଭଳି ନିଆରା ପ୍ରୟାସ କରାଯାଇଛି ।
ଆମାପଡା ଗାଁର ସମସ୍ତ ଆଦିବାସୀ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକାଠି କରାଯାଇଛି । ଆଉ ମହିଳାଙ୍କୁ ସାନିଟାରୀ ନ୍ୟାପକିନ ବ୍ୟବହାର ପାଇଁ ଶପଥ କରାଇଛନ୍ତି ପିଇଓ ଅଶୋକ ମହାରଣା । ପୂର୍ବରୁ ଆଦିବାସୀ ଗାଁ ଗୁଡିକରେ ମେଡିକାଲ ତରଫରୁ ୬ ଟଙ୍କାରେ ଖୁସି ପ୍ୟାଡ଼ ଦିଆଯାଉଥିଲେ ମଧ୍ୟ ମହିଳାମାନେ ନେଉନଥିଲେ । ତେଣୁ ପଞ୍ଚାୟତ ପକ୍ଷରୁ ଭିନ୍ନ ପ୍ରୟାସ କରାଯାଇ ମହିଳାଙ୍କୁ ସଚେତନ କରାଯାଇଛି । ପୁରୁଣା ଚଳଣି ଏବଂ ଲାଜ ଛାଡ଼ି ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ସହ ସାନିଟାରୀ ନ୍ୟାପକିନ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/08/chTSJCrSvPZjhBRzGLUx.jpg)