କନକବ୍ୟୁରୋ : ବାଲୁଗାଁର ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣା, ପାଞ୍ଚ ଜଣଙ୍କୁ ଗିରଫ କଲା  ପୁଲିସ  । ସେମାନଙ୍କ ନିକଟରୁ କାର, ନଗଦ ୬ଲକ୍ଷ ୨୫ହଜାର ଟଙ୍କା , ମାରଣାସ୍ତ୍ର ସହ ମୋବାଇଲ ଜବତ କରିଛି ପୁଲିସ  ।  ଏହି ମାସ ୨୭ତାରିଖ ରାତିରେ କରାଯାଇଥିଲା ଅପହରଣ । ଫିଲ୍ମ ଷ୍ଟାଇଲରେ ଅପରାଧୀ କରିଥିଲେ ଯୋଜନା  ।  ୧୨ ଘଣ୍ଟାର ଅପରେସନ ପରେ ଉଦ୍ଧାର କଲା ପୁଲିସ   । 

Advertisment

ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଓ  ବାଣପୁର ଅଂଚଳ ର ବୋଲି  ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶନିବାର ରାତି ପ୍ରାୟ ୧୧ଟା ୫୦ ମିନିଟ୍। ସୁଶିଲ ନିଜ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ପାଟଣାସାହି ସ୍ଥିତ ଘରକୁ ଫେରୁଥିଲେ ।  ବାଲୁଗାଁ କେନ୍ଦ୍ରୀୟ ସ୍କୁଲ ଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ।   ମାରଣାସ୍ତ୍ର ଦେଖାଇ ପାଟି କଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଆଖିରେ କଳାକନା ଓ ହାତକୁ ବାନ୍ଧିଦେବା ପରେ ତାଙ୍କୁ ଏକ କାରରେ ଉଠାଇନେଇ ଚାଲିଯାଇଥିଲେ ।  ସୁଶୀଳ ନିକଟରେ ଥିବା ୩ଲକ୍ଷ ୪୫ହଜାର ଟଙ୍କା ନଗଦ ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ।   ରାତି ସାରା କାର୍‌ରେ ସୁଶୀଳଙ୍କୁ ମାଡ଼ ମାରିଥିଲେ ।  ଘରକୁ ଫୋନ୍‌ କରି ୧ କୋଟି ଟଙ୍କା ଅଣାଇଲେ ଛାଡ଼ିବୁ ବୋଲି କହିଥିଲେ ।