କନକ ବ୍ୟୁରୋ : ସାରା ରାଜ୍ୟରେ ମାତିଛନ୍ତି ବାଲି ମାଫିଆ । ଆଇନ୍ ବାହାରକୁ ଯାଇ ଖୋଳି ପକାଉଛନ୍ତି ନଦୀପଠା,ବୋହି ନେଉଛନ୍ତି ଟ୍ରିପ୍ ଟ୍ରିପ୍ ବାଲି । କେନ୍ଦ୍ରାପଡ଼ାରେ ୭ଟି ପ୍ରମୁଖ ନଦୀର ୨୦ଟି ସୈତରାକୁ ନିଲାମ ଦିଆଯାଏ କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୮ଟି ଘାଟକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ୍ ଏବେ ସରକାରୀ ଭାବେ ୨ଟି ଘାଟ ଲିଜ୍ ଦିଆଯାଇଛି । କିନ୍ତୁ ବେଆଇନ୍ ଭାବେ ଚାଲିଛି ୫୦ରୁ ଅଧିକ ଖାଦାନ ।
ବେଆଇନ୍ ବାଲି ଚାଲଣକୁ ନେଇ ଖବର ପ୍ରସାରଣ ପରେ ଲୋକ ଦେଖାଣିଆ ଭାବେ ତୁଣୁପୁର, ବିଚଣଆ ବାଲିଘାଟରେ ଚଢ଼ାଉ କରିଛି ଖଣି ବିଭାଗ । ଧର୍ମକୁ ଆଖିଠାର ଭଳି କାଁ ଭାଁ ଚଢ଼ାଉ ଚାଲିଛି କିନ୍ତୁ ଖଣି ବିଭାଗରେ କର୍ମଚାରୀ ନାହାନ୍ତି । ଜଣେ ମାତ୍ର ଭାରପ୍ରାପ୍ତ ଅଧିକାରୀ ଥିବାରୁ କୋଟିକୋଟି ଟଙ୍କାର ରାଜସ୍ୱ ଲୁଟ୍ରେ ରୋକ ଲାଗିପାରୁନାହିଁ । ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲା । ଏଭଳି ଜିଲ୍ଲାରେ ବାଲି ଚୋରିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପର୍ୟ୍ୟପ୍ତ କର୍ମଚାରୀ ନିଯୁକ୍ତ କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/08/SnEfQiCZJ2Tzm3B0nRkD.jpg)