ବଢ଼ୁଛି ବାଲି ଚୋରି, ଉତ୍ପାତ ଚଳାଉଛନ୍ତି ମାଫିଆ, କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ

ସୂଚନା ଅନୁଯାଇ ଗତକାଲି  ସାଂସଦ ଭୋଗରାଇ ଗସ୍ତରେ ଥିବା ବେଳେ ବାଲି ମାଫିଆଙ୍କ ବେଧଡକ ବାଲି ଉତ୍ତୋଳନର ଅସଲ ଗୁମର ଖୋଳିବା ପାଇଁ ହଟାତ ନଦୀ ପଠାକୁ ଯାଇଥିଲେ । ସେଠାରେ ଲୋକେ ବାଲି ଉତ୍ତୋଳନକୁ ବାରମ୍ବାର ବିରୋଧ କରୁଥିଲେ ମଧ୍ୟ ବାଲି ମାଫିଆ ମାନଙ୍କୁ ଡରି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି ।

22

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀ ପଠାରୁ ଚୋରି ହେଉଛି ବାଲି , ଗର୍ଭରେ ବିଲିନ ହେବାକୁ ଯାଉଛି ଗାଁ  । ମନୋନଗର ଗାଁରେ ବଢି ଚାଲିଛି ବାଲି ମାଫିଆଙ୍କ ଉତ୍ପାତ। ଆଉ ବାଲି ଚୋରି ରୋକିବା ପାଇଁ ସୁବର୍ଣ୍ଣରେଖା ନଦୀ ପଠା ବୁଲିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଅତିରିକ୍ତ ତହସିଲଦାର ସହ ସହ ଆରଆଇଙ୍କୁ  ଘଟଣା ସ୍ଥଳରେ କଡା ତାଗିଦ କରିଛନ୍ତି । ଏହା ସହ ବାଲେଶ୍ୱର ଏସପି ଓ  ଜିଲ୍ଲାପାଳଙ୍କୁ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାଇ ଗତକାଲି  ସାଂସଦ ଭୋଗରାଇ ଗସ୍ତରେ ଥିବା ବେଳେ ବାଲି ମାଫିଆଙ୍କ ବେଧଡକ ବାଲି ଉତ୍ତୋଳନର ଅସଲ ଗୁମର ଖୋଳିବା ପାଇଁ ହଟାତ ନଦୀ ପଠାକୁ ଯାଇଥିଲେ । ସେଠାରେ ଲୋକେ ବାଲି ଉତ୍ତୋଳନକୁ ବାରମ୍ବାର ବିରୋଧ କରୁଥିଲେ ମଧ୍ୟ ବାଲି ମାଫିଆ ମାନଙ୍କୁ ଡରି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ, ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳଶୂନ, ଚଳିତବର୍ଷ ସୁବର୍ଣ୍ଣରେଖାରେ ଛଅ ଛଅ ଥର ବନ୍ୟା ଆସିବା ପରେ  ଏକ କିଲୋମିଟରରୁ ଅଧିକ ହେବ ନଦୀ ବନ୍ଧ ଧୋଇ ହୋଇ ଯାଇଛି ।

ଯାହା ଫଳରେ ନଦୀ କୁଳିଆ ଗାଁ ଏବେ ବିପଦରେ। ଗାଁ ଲୋକଙ୍କ କହିବା କଥା ହେଉଛି ରାଜ୍ୟ ସରକାର ଦ୍ବାରା  ନଦୀବନ୍ଧକୁ  ସୁରକ୍ଷା ଦେବା ପାଇଁ ନଦୀରେ ପଥର ବନ୍ଧ  ନିର୍ମାଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମାତ୍ର କିଛି ସ୍ଥାନୀୟ  ବାଲି ମାଫିଆ ମାନେ ନଦୀବନ୍ଧକୁ କାଟି ପ୍ରତ୍ୟେକ ଦିନ ଦୁଇଶହରୁ ଅଧିକ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ବିକ୍ରିକରି ମାଲେ ମାଲ ହେଉଛନ୍ତି । ନଦୀବନ୍ଧ ସୁରକ୍ଷା ପାଇଁ  ନିର୍ମାଣ ହୋଇଥିବା ପଥର ବନ୍ଧ ପାଖରୁ  ଜେସିବି ସାହାଯ୍ୟ ରେ  ହଜାର ହଜାର ଟ୍ରିପ ବାଲି ଉତ୍ତୋଳନ କରୁଛନ୍ତି । ଯାହା ଫଳରେ ନଦୀ ବନ୍ଦ ନଷ୍ଟ ହେବା ସହ ପଥର ବନ୍ଧ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ବନ୍ଧ ନଷ୍ଟ ହେବାରୁ ବାଲିବୁରା ପକାଇ ଅସ୍ଥାୟୀ ଭାବରେ ରଖାଯାଇଛି ,ଏବାବଦରେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ।ଏଠି ପ୍ରଶ୍ନ ଉଠୁଛି କାହିଁ କି ନିରବ  ଭୋଗରାଇ ତହସିଲଦାର ,କମର୍ଦ୍ଦା ପୋଲିସ ,ଓ ଖଣି ବିଭାଗର ଅଧିକାରି, ତେବେ ଗ୍ରାମଗୁଡ଼ିକର ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe