ଓଡିଶାରୁ ଦିନକୁ ଚୋରି ହେଉଛି ୬ କୋଟିର ବାଲି ; ପଶ୍ଚିମବଙ୍ଗକୁ ହେଉଛି ଚାଲାଣ

ଓଡ଼ିଶା ମାଟିରେ ପଡ଼ିଶାର ଷଡ଼ଯନ୍ତ୍ର ।  ଜଳେଶ୍ବର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ସୁବର୍ଣ୍ଣରେଖାର ବାଲି ।  ଦିନକୁ ୬ କୋଟି ଟଙ୍କାର ଚୋରା ଚାଲାଣ ନେଇ ମିଳିଲା ତଥ୍ୟ ।

ବାଲି ଚୋରି

ବାଲି ଚୋରି Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ପଡିଶା ଯାଉଛି ଓଡ଼ିଶା ବାଲି । ବେଆଇନ୍ ଚୋରା ଚାଲାଣର ଆସିଲା ସାଂଘାତିକ ଚିତ୍ର । ଦିନକୁ ଶହ ଶହ ଗାଡ଼ିରେ ବାଲେଶ୍ବର ସୀମା ଦେଇ ପଶ୍ଚିମବଙ୍ଗକୁ ହେଉଛି ଚୋରା ଚାଲାଣ । ଆମ୍ବିଳିଅଠା ଛକ ଦେଇ ବାଲେଶ୍ବର ସୋନାକଣିଆ, ଦାନ୍ତୋନ, ବେଳଦା, ପଶ୍ଚିମମେଦନା ଆଦି ସ୍ଥାନକୁ ବେଆଇନ ଭାବେ ଯାଉଛି ସୁବର୍ଣ୍ଣରେଖା ବାଲି । ସ୍ଥାନୀୟ ପ୍ରଶାସନର ଚଢ଼ାଉ ପରେ ଶହ ଶହ ବାଲି ବୋଝେଇ ଟ୍ରକ୍ ଅଟକି ରହିଛି। କାରଣ ଟ୍ରକ୍ ଛାଡ଼ି ଚମ୍ପଟ ମାରିଛନ୍ତି ଡ୍ରାଇଭର ଓ ହେଲପର । ଏବେ ୬୦ ନଂ ଜାତୀୟ ରାଜପଥ ଭେଲୋରା ଠାରୁ ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ପର୍ୟ୍ୟନ୍ତ ଅଟକି ରହିଛି ୫ ଶହରୁ ଅଧିକ ବାଲି ବୋଝେଇ ଡମ୍ପର ଏବଂ ହାଇୱା । ସେହି ଗାଡିକୁ ଏବେ ଜଗି ବସିଛନ୍ତି ଜଳେଶ୍ବର ତହସିଲଦାର ଓ ବାଲେଶ୍ବର ଆରଟିଓ।

ବାଲି ଚୋରି: 

ଗୋଟିଏ ହାଇୱାରେ ଏକ ହଜାର ଫୁଟ ବାଲି ବୋଝେଇ ହୋଇଥାଏ
ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଲେ ୩୫ ରୁ ୪୦ ହଜାର ଟଙ୍କା 
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଦୁରତା ଅନୁଯାଇ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମୂଲ୍ୟରେ ହୁଏ ବିକ୍ରି
ଯଦି ଗୋଟିଏ ଗାଡ଼ି ୬୦ ହଜାରରେ ବିକ୍ରି ହୁଏ
ଦିନକୁ ଏକ ହଜାର ଟ୍ରକ୍ ବାଲି ଚୋରା ଚାଲାଣ
ଅର୍ଥାତ୍ ଦିନକୁ ୬ କୋଟିର ବାଲି ଚୋରି
ଜଳେଶ୍ଵର ରାଇବଣିଆ ଠାରୁ ବସ୍ତା ମଧୁପୁରା ପର୍ୟ୍ୟନ୍ତ ରହିଛି ୩୦ ଅଧିକ ବେଆଇନ ବାଲି ଖାଦାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe