କନକ ବ୍ୟୁରୋ : ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଜୁନିୟର ଖଣି ଅଧିକାରୀ । ସୁଚନା ଅନୁସାରେ ସୁବର୍ଣ୍ଣରେଖା ନଦୀର ଚାଲନ୍ତି ନିକଟରେ ବେଆଇନ ବାଲି ଖାଦାନରୁ ବାଲି ଉତ୍ତୋଳନ ହେଉଥିବା ବେଳେ ଚଢ଼ାଉ କରିଥିଲେ ଜୁନିୟର ଖଣି ଅଧିକାରୀ ତାପସ କୁମାର ବେହେରା । ଖାଦାନରୁ ବାଲି ବୋଝେଇ କରି ଆସୁଥିବା ଦୁଇଟି ଟ୍ରାକ୍ଟର ତାଙ୍କ ଉପରକୁ ଗାଡ଼ି ଚଢାଇ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲେ । ଗାଡ଼ିକୁ ପିଛା କରୁଥିବା ବେଳେ ଗୋଟିଏ ଟ୍ରାକ୍ଟର ଚମ୍ପଟ ମାରିଥିବା ବେଳେ ଆଉ ଗୋଟିଏ ଗାଡ଼ି ଗାଁ ଭିତରକୁ ପଶିଯାଇଥିଲା। ବାଲି ମାଫିଆମାନେ ଖଣି ଅଧିକାରୀଙ୍କୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରେ ଜଳେଶ୍ଵର ପୁଲିସ ପହଞ୍ଚି ଖଣି ଅଧିକାରୀ ତାପସ ବେହେରାଙ୍କୁ ଉଦ୍ଧାର କରିଛନ୍ତି । ବାଲି ବୋଝେଇ ଗାଡ଼ି ଜବତ କରିଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖଣି ଅଧିକାରୀ ବାରମ୍ବାର ଚଢ଼ାଉ କରିବା ସହିତ ଖାଦାନ ରାସ୍ତାକୁ କାଟି ଦେଉଛନ୍ତି । ଯାହା ଫଳରେ ଉତକ୍ଷିପ୍ତ ହୋଇ ମାଫିଆ ମାନେ ଖଣି ଅଧିକାରୀଙ୍କୁ ରାସ୍ତାରୁ ହଟାଇ ଦେବାକୁ ଉଦ୍ୟମ କରୁଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us