ହାତୀ ନଦୀରେ ବାଲି ମାଫିଆଙ୍କ ରାଜ୍‌, ବିପଦରେ ନଈକୂଳିଆ ଲୋକେ

ବିପଦରେ ପୋଲ ଓ ଆଖପାଖ ଗାଁ । ଚେଇଁ ଶୋଇଛି ପ୍ରଶାସନ ଓ ଖଣି ବିଭାଗ

Sand loot

Sand loot Photograph: (KanakNews)

କନକ ବ୍ୟୁରୋ: ମାଫିଆଙ୍କ ଚରାଭୂଇଁ ପାଲଟିଛି କଳାହାଣ୍ଡି ଜିଲ୍ଲା କଲମପୁରର ହାତୀ ନଦୀ । ନିୟମ ମାନୁ ନାହାନ୍ତି ଲିଜ୍‌ଧାରୀ । ବଡ଼ବଡ଼ ମେସିନ ଓ ଗାଡ଼ିରେ ବୋହି ନେଉଛନ୍ତି ବାଲି। ବଡ଼କୁଟରୁ ପାତ୍ରବସା ପୋଲ ଘାଟକୁ ୫ ବର୍ଷ ପର୍ଯ୍ୟନ୍ତ ବାଲି ଖନନ ପାଇଁ ଖଣି ବିଭାଗ ପକ୍ଷରୁ ଲିଜ୍‌ ପ୍ରଦାନ କରାଯାଇଛି । ହେଲେ ଲିଜଧାରୀ ଲିଜ୍‌ ସ୍ଥାନକୁ ଛାଡ଼ି ଅନ୍ୟସ୍ଥାନରୁ ଟ୍ରିପ୍‌ ଟ୍ରିପ୍‌ ବାଲି ଉଠାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହା ନିକଟରେ ଥିବା ପୋଲ ଓ ଆଖପାଖ ଗାଁ ପ୍ରତି ବିପଦ ସୃଷ୍ଟି କରୁଛି । 

ନଦୀର ୩ଶହ ମିଟର ଦୂରରୁ ବାଲି ଉଠାଣ ପାଇଁ ନିୟମ ରହିଛି । ହେଲେ ନିୟମକୁ ଫୁ’ କରି ପୋଲ ଠାରୁ ମାତ୍ର ୧୦ ରୁ ୧୫ ମିଟର ଛାଡ଼ି ବାଲି ଖନନ କରୁଛନ୍ତି ମାଫିଆ ! ଯାହା ପୋଲର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲି ଉଠାଣ ଯୋଗୁଁ ପାଖ ଗାଁରେ ଗୋଳିଆ ପାଣି ଆସୁଥିବା ଅଭିଯୋଗ ହେଉଛି । ହେଲେ ନା ଏଥିପ୍ରତି ସ୍ଥାନୀୟ ତହସିଲଦାରଙ୍କ ନଜର ଅଛି ନା ଜିଲ୍ଲା ଖଣି ବିଭାଗ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । 

ଦିନ ରାତି ବାଲି ଚାଲାଣ କରି ଲିଜଧାରୀ ନିଜ ପକେଟ୍‌ ଗରମ କରୁଛନ୍ତି । ଆଉ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ସହୁଛନ୍ତି। କଲମପୁର ଅଞ୍ଚଳରେ ଏଭଳି ଅନେକ ବେଆଇନ ବାଲି ଘାଟ ଚାଲିଛି । ଅନ୍ୟପଟେ ଏନେଇ ଜିଲ୍ଲା ଖଣି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଖଣି ଅଧିକାରୀଙ୍କୁ ପଠାଇ ତଦନ୍ତ କରିଥିବା କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe