କନକ ବ୍ୟୁରୋ: ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର । ପଶ୍ଚିମବଙ୍ଗକୁ ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ବଡ଼ ପଦକ୍ଷେପ । ୬୦ ନମ୍ବର ଜାତୀୟ ରାଜପଥ ଏବଂ ଗାୟତ୍ରୀ ପେଟ୍ରୋଲ ପମ୍ପରେ ଚାଲିଛି ଜୋରଦାର ଯାଞ୍ଚ । ଗୁରୁବରୀ ବିଳମ୍ବିତ ରାତିରୁ ଚାଲିଛି କଡା କଡ଼ି ଚେକିଂ । ଜଳେଶ୍ବର ତହସିଲଦାରଙ୍କ ସମେତ ପୋଲିସ ଟିମ୍ ଏହି ଚେକିଂରେ ସାମିଲ ହୋଇଛନ୍ତି । ଯାଞ୍ଚ ବେଳେ ୫୦ରୁ ଉର୍ଦ୍ଧ୍ବ ଗାଡି ଜବଦ କରାଯାଇଛି। ତେବେ କିଛି ଡ୍ରାଇଭର ଗାଡି ଛାଡି ଫେରାର ହୋଇଛନ୍ତି । ଜବତ ହୋଇଥିବା ସମସ୍ତ ଗାଡ଼ି ଆରଟିଓଙ୍କୁ ପଠାଯିବ ବୋଲି ଜଳେଶ୍ୱର ତହସିଲଦାର ସୂଚନା ଦେଇଛନ୍ତି ।
ବାଲି ଚୋରା ଚାଲାଣ ବେଳେ ଚଢ଼ାଉ । ହାଇୱା ଗାଡି ଛାଡି ଚମ୍ପଟ ମାରିଲେ ବାଲି ମାଫିଆ ।
ପଶ୍ଚିମବଙ୍ଗକୁ ବେଆଇନ୍ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ । ଜଳେଶ୍ବର ତଲହିସଲଦାରଙ୍କ ସମେତ ସ୍ଥାନୀୟ ପୋଲିସର ରେଡ୍ । ଯାଞ୍ଚ ବେଳେ ୫୦ରୁ ଅଧିକ ହାଇୱା ଗାଡି ଛାଡି ଚମ୍ପଟ ମାରିଲେ ବାଲି ମାଫିଆ ।
/kanak/media/media_files/2025/02/21/WSwEkqedK0kMfVBJekUL.jpg)