ପାଟଣାଗଡ଼ରେ ବାଲି ମାଫିଆଙ୍କ ରାଜ୍ ; ସବୁ ଜାଣି ଆଖି ବୁଜିଦେଇଛି ପ୍ରଶାସନ

ପାଟଣାଗଡ଼ରେ ଚାଲିଛି ବାଲିମାଫିଆଙ୍କ ରାଜ୍ । ପ୍ରଦୂଷଣ ନିୟମକୁ ଫୁ’ କରି ଚାଲିଛି ବାଲି ଚୋରା ଚାଲଣ । ତହସିଲ ଅଫିସ ରାସ୍ତାରେ ଗାଡ଼ି ଯାଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଖଣି ବିଭାଗ ଉପରେ ଦୋଷ ଲଦି ଖସିବାକୁ ଚେଷ୍ଟା କରୁଛନ୍ତି ତହସିଲଦାର ।

29

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତହସିଲରେ ଚାଲିଛି ବେଧଡ଼କ ବାଲି ଚୋରାଚାଲାଣ । ସରକାରୀ ନିୟମକୁ ଖାତିର ନାହିଁ ।  ନଦୀ ପଠାରୁ ବାଲି ତାଡ଼ି ନେଉଛନ୍ତି । ଏନେଇ ଜଣାଇବା ପରେ ବି ପ୍ରଶାସନ ଚୁପ୍‌ ବସିଥିବା ଅଭିଯୋଗ ଆସିଛି । 

ପାଟଣାଗଡ଼ ତହସିଲରେ ଚାଲିଛି ବେଆଇନ ବାଲି ଚାଲାଣ । ସୁକତେଲ ନଦୀ ପଠାରୁ ମେସିନ୍‌ରେ ଉଠାଇ ଶହଶହ ଟ୍ରିପ୍‌ ଟ୍ରକରେ ବୋହି ନେଉଛନ୍ତି ମାଫିଆ । ଟ୍ରକର ବେପରୁଆ ଚାଲାଣ ଯୋଗୁ ତମିଆଁ ଠାରୁ ବାକବାହାଲି ମୁନ୍ଦଲସରର ନୂଆ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଏନେଇ ପାଟଣାଗଡ଼ ଆଦିବାସୀ ସଂଘ ପକ୍ଷରୁ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ ବି ଲାଭ ନାହିଁ । ବରଂ ତହସିଲଦାର ସମସ୍ତ ଦୋଷ ଖଣି ବିଭାଗ ଉପରେ ଲଦି ଖସି ଯାଉଛନ୍ତି ।  

ସୁକତେଲ ନଦୀ ପଠାରୁ ବାଲି ଉଠାଇବା ପାଇଁ ଲିଜ୍‌ ଦିଆଯାଇଥିଲା । ଲିଜ୍‌ ବାଦ୍‌ ଅନ୍ୟସ୍ଥାନରୁ ବାଲି ଉଠୁଥିବା ଅଭିଯୋଗ ହୋଇଛି । ପ୍ରଦୂଷଣ ନିୟମକୁ ବେଖାତିର କରି ଦିନ-ରାତି ତହସିଲ ଅଫିସର ମୁଖ୍ୟରାସ୍ତା ଦେଇ ବାଲି ଗାଡ଼ି ଯାଉଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ଭିଜିଲାନ୍ସ ତଦନ୍ତ କରି ପ୍ରକୃତ ସତ ସାମନାକୁ ଆଣିବାକୁ ଦାବି ହୋଇଛି । ନହେଲେ ଆନ୍ଦୋଳନ ନେଇ ସରକାରଙ୍କୁ ଚେତାବନୀ ଦେଇଛି ଆଦିବାସୀ ସଂଘ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe