କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଶେଷ ହୋଇଛି । ଯୁଦ୍ଧରେ ବିରାମ ପାଇଁ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଅପରାହଣ୍ ୩ଟା ୪୫ରେ କଥାବାର୍ତ୍ତା ଆରମ୍ଭ କରିଥିଲେ ପାକିସ୍ତାନୀ ଡିଜିଏମଓ । ଏହାପରେ କାଲି ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ହୋଇଥିଲା । ହେଲେ ଏହାର ଠିକ ୩ ଘଣ୍ଟା ପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ । ହେଲେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଚୁକ୍ତି ଭିତରେ ବି ଜାରି ରହିବ କଟକଣା । ଆସନ୍ତୁ ନଜର ପକାଇବା କେଉଁ କେଉଁ କଟକଣା ଜାରି ରହିବ ।

Advertisment

ସିନ୍ଧୁ ଜଳ ବୁଝାମଣା ନିଲମ୍ବିତ ରହିବ
ବ୍ୟବସାୟିକ ସମ୍ପର୍କ ବନ୍ଦ ରହିବ
ରାଜନୈତିକ ସ୍ତରରେ ଯଥାସ୍ଥିତି ଜାରି ରହିବ
ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବ ନାହିଁ 
ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ 
କୌଣସି ବି ମାଲବାହୀ ଜାହାଜ ବନ୍ଦର ଦେଇ ଯାଇପାରିବ ନାହିଁ 

ପହଲଗାମରେ ଆତଙ୍କୀ ନରସଂହାର
୨୨ ଏପ୍ରିଲରେ ପହଲଗାମ୍‌ରେ ହୋଇଥିଲା ଆତଙ୍କୀ ହମଲା
୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ
ଧର୍ମ ପଚାରି ପଚାରି ପର୍ଯ୍ୟଟକଙ୍କୁ କରାଯାଇଥିଲା ହତ୍ୟା
ଟିଆରଏଫର ୪ଜଣ ଆତଙ୍କି ମିଶି ଖେଳିଥିଲେ ରକ୍ତର ହୋଲି
ହାସିମ୍ ମୁସା ଓ ୩ଜଣ ସହଯୋଗୀ ମିଶି କରିଥିଲେ ହମଲା
ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଶାଖା ଟିଆରଏଫ୍
ପହଲଗାମର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା
ଆତଙ୍କବାଦ ବିରୋଧରେ ସାରା ଦେଶରୁ ଉଠିଥିଲା ପ୍ରତିବାଦର ସ୍ବର 

ଭାରତର ଅପରେସନ ସିନ୍ଦୂର
ମେ ୭ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ
ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ
ଶତ୍ରୁଘରେ ପଶି ଆତଙ୍କୀ ଆଡ୍ଡା କରାଯାଇଥିଲା ଧ୍ବଂସ
୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ
ଆକ୍ରମଣରେ ଧୂଳିସାତ ହୋଇଥିଲା ଆତଙ୍କୀ ହବ୍
ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ବଂସ ହୋଇଥିଲା
ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର
ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ଜଣ ସମ୍ପର୍କୀୟ ହୋଇଥିଲେ ନିହତ
କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା  
ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ

ମୁଣ୍ଡ ନୂଆଁଇଲା ପାକିସ୍ତାନ
ଅପରେସନ ସିନ୍ଦୂର ପରେ ପ୍ରତିକ୍ରିୟାଶୀଳ ହୋଇଥିଲା ପାକିସ୍ତାନ
୮ତାରିଖ ରାତିରୁ ପାକ୍ ସେନା ଆରମ୍ଭ କରିଥିଲା ଅସ୍ତ୍ରବିରତି ଉଲ୍ଲଂଘନ
ଲଗାତାର ଭାବେ ସୀମାରେ ଗୁଳିଗୋଳା ବର୍ଷା କରୁଥିଲା ପାକ୍ ସେନା
ମନ୍ଦିର, ଘର ଓ ହସ୍ପିଟାଲ ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ହୋଇଥିଲା ଚେଷ୍ଟା
ମିସାଇଲ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ ଉଦ୍ୟମ କରାଯାଇଥିଲା
ଏସବୁ ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନା ପକ୍ଷରୁ ପ୍ରତିହତ କରାଯାଇଥିଲା
ମିଳିତ ଭାବେ ଜଳ, ସ୍ଥଳ ଓ ବାୟୁସେନା ଏହି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲେ
ଭାରତର ଏୟାର ଡିଫେନ୍ସ ସିଷ୍ଟମ ଅମୋଘ ଅସ୍ତ୍ର ଭଳି କାର୍ଯ୍ୟ କରୁଥିଲା
ପାକିସ୍ତାନର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିଥିଲା ଏସ-୪୦୦
ସୀମାବର୍ତ୍ତୀ ୪ଟି ରାଜ୍ୟକୁ ବିଶେଷ ଭାବେ ଟାର୍ଗେଟ କରୁଥିଲା ଶତ୍ରୁଦେଶ
ଜମ୍ମୁ, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ବିଭିନ୍ନ ସ୍ଥାନକୁ କରାଯାଉଥିଲା ଟାର୍ଗେଟ
ଏହି ସବୁ ରାଜ୍ୟରେ ଥିବା ବିଭିନ୍ନ ଏୟାବେସ ଉପରେ ହୋଇଥିଲା ଆକ୍ରମଣ ଉଦ୍ୟମ
ଭାରତର ପାଲଟା ପ୍ରତିଆକ୍ରମଣରେ ଫେଲ୍ ମାରିଥିଲା ପାକିସ୍ତାନର ସବୁ ଉଦ୍ୟମ
୪ଦିନର ଯୁଦ୍ଧରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଁଚିଥିଲା
ଆମେରିକାର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ହୋଇଛି ଅସ୍ତ୍ରବିରତି ଘୋଷଣା
ଆସନ୍ତା ୧୨ ତାରିଖରେ ଦୁଇଦେଶ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଆଲୋଚନା