ନିଲମ୍ବନ ପରେ ବଦଳିଲା ସନା ଆଉ ଅରବିନ୍ଦଙ୍କ ବସିବା ସିଟ : F14 ବଦଳରେ ଏବେ F21

Advertisment

ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F19 ।

ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F19 ।

16

Photograph: (kanaknews)

କନକବ୍ୟୁରୋ : ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F19 । ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା  F14, ଏବେ ହେଲା F21 ।

ଅଧିକ ପଢନ୍ତୁ... ଦିବାଲୋକରେ ପିଲା ଅପହରଣ ଉଦ୍ୟମ ବିଫଳ ; ସାହାସ ଦେଖାଇ ଚୋରକୁ ପ୍ରତିହତ କଲା ୧୧ ବର୍ଷର ଶ୍ରୀୟାଂଶ

ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଛି । ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡଙ୍କ ସିଟ୍‌  ।  ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି... ସେପଟେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପରେ ରାଜନୀତି ଥମିବ କଣ ବରଂ ତେଜିବାରେ ଲାଗିଛି । ଅରବିନ୍ଦ ଆଜି ସାଂଘାତିକ ବୟାନ ଦେଇଛନ୍ତି ।  ସେ କହିଛନ୍ତି, ବିଜେଡିର ଅନେକ ନେତା ଏବେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ।  ସେମାନେ ନିଲମ୍ବନ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବା କହିଛନ୍ତି ଅରବିନ୍ଦ। ଗତ ୧୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶରେ ଅରବିନ୍ଦଙ୍କ ବିରୋଧରେ ବିଶାଳ ସଭା କରିଥିଲା ବିଜେଡି । ଅରବିନ୍ଦଙ୍କ ବିରୋଧରେ ବିଷ ଓଗାଳିଥିଲା ବିଜେଡି । ଏହାକୁ କାଉଣ୍ଟର କରି ବୟାନ ଦେଇଛନ୍ତି ଅରବିନ୍ଦ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe