କନକବ୍ୟୁରୋ : ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F19 । ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14, ଏବେ ହେଲା F21 ।
ଅଧିକ ପଢନ୍ତୁ... ଦିବାଲୋକରେ ପିଲା ଅପହରଣ ଉଦ୍ୟମ ବିଫଳ ; ସାହାସ ଦେଖାଇ ଚୋରକୁ ପ୍ରତିହତ କଲା ୧୧ ବର୍ଷର ଶ୍ରୀୟାଂଶ
ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଛି । ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡଙ୍କ ସିଟ୍ । ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି... ସେପଟେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପରେ ରାଜନୀତି ଥମିବ କଣ ବରଂ ତେଜିବାରେ ଲାଗିଛି । ଅରବିନ୍ଦ ଆଜି ସାଂଘାତିକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବିଜେଡିର ଅନେକ ନେତା ଏବେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ନିଲମ୍ବନ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବା କହିଛନ୍ତି ଅରବିନ୍ଦ। ଗତ ୧୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶରେ ଅରବିନ୍ଦଙ୍କ ବିରୋଧରେ ବିଶାଳ ସଭା କରିଥିଲା ବିଜେଡି । ଅରବିନ୍ଦଙ୍କ ବିରୋଧରେ ବିଷ ଓଗାଳିଥିଲା ବିଜେଡି । ଏହାକୁ କାଉଣ୍ଟର କରି ବୟାନ ଦେଇଛନ୍ତି ଅରବିନ୍ଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/16-2026-02-17-13-07-09.jpg)