ନାଲି ଆଖି ଦେଖାଇଲେ ସମ୍ବିତ, କହିଲେ ଜାଣିଶୁଣି ପଞ୍ଚାୟତ କାମ ବିଲ୍ ବନ୍ଦ କରିବାକୁ ଚାପ ପକାଉଛି ଶାସକ ଦଳ

ବିଜେପିକୁ ନାଲି ଆଖି ଦେଖାଇଲେ ସମ୍ବିତ ରାଉତରାୟ। ଚାପ ପକାଇ ବିଲ୍ ବନ୍ଦ କରାଯାଉଥିବା ଅଭିଯୋଗ ଆଣି ବିଜେପି ଉପରେ ବର୍ଷିବା ସହ ଖୁଲମଖୁଲା ଧମକ ମଧ୍ୟ ଦେଇଛନ୍ତି ପାରାଦୀପର ପୂର୍ବତନ ବିଧାୟକ

79

କନକବ୍ୟୁରୋ: ବିଜେପିକୁ ନାଲି ଆଖି ଦେଖାଇଲେ ସମ୍ବିତ ରାଉତରାୟ। ଚାପ ପକାଇ ବିଲ୍ ବନ୍ଦ କରାଯାଉଥିବା ଅଭିଯୋଗ ଆଣି ବିଜେପି ଉପରେ ବର୍ଷିବା ସହ ଖୁଲମଖୁଲା ଧମକ ମଧ୍ୟ ଦେଇଛନ୍ତି ପାରାଦୀପର ପୂର୍ବତନ ବିଧାୟକ। ସୂଚନା ଅନୁସାରେ, ଗତ ୧୩ ତାରିଖରେ କୁଜଙ୍ଗ ବିଡିଓଙ୍କୁ ଚେୟାରମ୍ୟାନଙ୍କ ସମେତ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧିମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ଆସିଥିଲା। ଯାହାର ପ୍ରତିବାଦ କରିଛି ବିଜେଡି । 

ଓଲଟା ବିଜେପି କର୍ମୀମାନେ, ବିଜେଡିର ପଞ୍ଚାୟତ ପ୍ରତିନିଧିମାନଙ୍କୁ ଆକ୍ରମଣ କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ସମ୍ବିତ ଓ ତାଙ୍କ ସମର୍ଥକ।। ଏହି ଅବସରରେ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ସମ୍ବିତ। କହିଛନ୍ତି, ଚାପ ପକାଇ ସେ ବିଲ୍ ପତ୍ର ବନ୍ଦ କରାଯାଉଛି। ଆମ କର୍ମୀଙ୍କୁ ଠିଆ କରେଇଦେଲେ, ତମେ ବାଟ ପାଇବନି । 

ଆଉ ପ୍ରଶ୍ନ କଲେ ତମେ ଗୁଣ୍ଡାଗର୍ଦ୍ଦି କରି ମାଡ଼ ମାରିବ, ଆଉ ଆମେ ଚୁପ୍ ରହିବୁ, ଆମେ କ’ଣ ଗାନ୍ଧୀ ବୋଲି କହିଛନ୍ତି ସମ୍ବିତ ରାଉତରାୟ । ସେହିପରି ବାପି ସର୍ଖେଲ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି କର୍ମୀଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସେ ଶିଳ୍ପ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe