କନକ ବ୍ୟୁରୋ : ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ସୂତ୍ର ସୂଚନା ମୁତାବକ ସମୀର ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେବେ । ସେ ମହାରାଷ୍ଟ୍ରର ଧରାବି ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । 

Advertisment

ସେପଟେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀରଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିବ । ଏହାକୁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଅନୁମତି ଦେବା ଦରକାର । ଏହାପରେ ଯାଇ ସମୀର ରାଜନୀତିରେ ଯୋଗଦେଇ ପାରିବେ । 

୪୪ ବର୍ଷିୟ ସମୀର ୱାଙ୍ଖଡେ ୨୦୦୮ ବ୍ୟାଚର ଆଇଆରଏସ ଅଧିକାରୀ ଅଟନ୍ତି । ୨୦୨୧ ପର୍ଯ୍ୟନ୍ତ ସେ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ଡାଇରେକ୍ଟର ଭାବେ କାମ କରିଛନ୍ତି । ଏନସିବିରେ ସାମିଲ ହେବା ପୂର୍ବରୁ ସେ ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ଓ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ସହ କାମ କରିଛନ୍ତି । ବିଶେଷ କରି ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଡ୍ରାଗ୍ସ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ।