କନକ ବ୍ୟୁରୋ : ପୁଣି ମୁହାଁମୁହିଁ ସମୀର ୱାଙ୍ଖଡେ ଓ ଆର୍ଯ୍ୟନ ଖାନ । ପୂର୍ବତନ ଏନସିବି ଅଧିକାରୀ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଆରୟାନ ଖାନଙ୍କ ପ୍ରଯୋଜିତ ୱେବ୍ ସିରିଜ ‘ଦି ବାଡସ୍ ଅଫ ବଲିଉଡ’ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ପୂର୍ବତନ ଏନସିବି ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ, ଅଭିନେତା ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ମାଲିକାନାରେ ଥିବା ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ଗ୍ଲୋବାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ସମୀର ୱାଙ୍ଖଡେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ପ୍ରଥମ ଧାରାବାହିକ ‘ଦି ବ୍ୟାଡ୍ସ ଅଫ୍ ବଲିଉଡ’ ଉପରେ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରି ମାନହାନି ମାମଲା ଦାୟର କରିଛନ୍ତି । ଏଥିରେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ , ମିଥ୍ୟା ଏବଂ ମାନହାନିଜନକ ବିଷୟବସ୍ତୁ ଥିବା ଅଭିଯୋଗ କରିଛନ୍ତି ସମୀର ୱାଙ୍ଖଡେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us