କନକ ବ୍ୟୁରୋ : ପ୍ରଭାତୀଙ୍କ ବିରୋଧରେ ରଣହୁଙ୍କାର ଦେଲେ ସମୀର । ଏପଟେ ନିମାପଡାରେ ଉତ୍କର୍ଷ ନିମାପଡା ପାଳିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପଟେ ମୋହନ ସରକାରଙ୍କ ୧ବର୍ଷ ପୂର୍ତି ପାଳିଲେ ସମୀର । ଫଳରେ ପଦାରେ ପଡିଛି ଗୋଷ୍ଠୀକନ୍ଦଳ । ଗୋଟିଏ ଦିନରେ ଦୁଇ ଦୁଇଟା ଜନସମାବେଶ ଏବେ ନିମାପଡା ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ସମୀର ଅଲଗା ସଭା କରିବା ସହିତ ସେହିଠାରୁ ପ୍ରଭାତୀଙ୍କ ଉପରେ ବର୍ଷିଛନ୍ତି । ନିମାପଡା ବ୍ଲକ ଅଧିନ କଳାପାଞ୍ଚଣ ଠାରେ ସମୀର ଦାସ ମୋଦୀ ସରକାରଙ୍କ ୧୧ବର୍ଷ ଓ ମୋହନ ସରକାରଙ୍କ ୧ବର୍ଷ ପୂର୍ତ୍ତିରେ ସମାବେଶ କରିଛନ୍ତି । ନିମାପଡାର ବିକାଶ ନେଇ ପ୍ରଭାତୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ବର୍ଷେ ପରେ ବି ନିମାପଡାରେ ମାଟି ବି ପଡିନି । ଯାହା ହୋଇଛି ତାହା ପୂର୍ବ ସରକାର ଅର୍ଥରେ ହୋଇଛି । ଉପମୁଖ୍ୟମନ୍ତ୍ରୀ ଯେଉଁ କାମର ଶୁଭ ଦେଇଛନ୍ତି ସେହି ଟଙ୍କା ୨୦୨୨-୨୩ ଓ ୨୦୨୩-୨୦୨୪ରେ ମଞ୍ଜୁର ହୋଇଥିଲା । ନୂଆ ଯୋଜନା କି କାମ କିଛି ମଞ୍ଜୁର ହୋଇନି । ନିମାପଡା ଓ ଗୋପରେ ପିସି କାରବାର ବଢିଲାଣି ବୋଲି ଅଭିଯୋଗ ଆଣିଛନ୍ତି ସମୀର ଦାସ ।
ପ୍ରଭାତୀଙ୍କ ଉପରେ ବର୍ଷିଲେ ସମୀର, କହିଲେ...
ସମୀର ଅଲଗା ସଭା କରିବା ସହିତ ସେହିଠାରୁ ପ୍ରଭାତୀଙ୍କ ଉପରେ ବର୍ଷିଛନ୍ତି । ନିମାପଡା ବ୍ଲକ ଅଧିନ କଳାପାଞ୍ଚଣ ଠାରେ ସମୀର ଦାସ ମୋଦୀ ସରକାରଙ୍କ ୧୧ବର୍ଷ ଓ ମୋହନ ସରକାରଙ୍କ ୧ବର୍ଷ ପୂର୍ତ୍ତିରେ ସମାବେଶ କରିଛନ୍ତି ।
/kanak/media/media_files/2025/06/05/we0vDggmLEoKLhyR2mRP.jpg)