୨୦୨୧ରୁ ୨୦୨୫ ପ୍ରତିବାଦର ସମାନ ଫର୍ମୁଲା: ସେବେ ବିରୋଧୀ ଆସନରେ ଥାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ଯାଇଥିଲା ବିଜେପି

Advertisment

ଓଡ଼ିଶା ରାଜନୀତିରେ ଲଣ୍ଠନ । ବିଜେଡି ବିଧାୟକଙ୍କ ନିଆରା ପ୍ରତିବାଦ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଜି ଖୋଜି ତାଙ୍କ କାର୍ୟ୍ୟାଳୟ ଆଗରେ ପହଞ୍ଚିଯାଇଥିଲେ ବିଜେଡି ବିଧାୟକ । ଆଉ ହାତରେ ଧରିଥିଲେ ଲଣ୍ଠନ। ଦିନରେ ଲଣ୍ଠନ ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାର ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି।

Updated On

ଓଡ଼ିଶା ରାଜନୀତିରେ ଲଣ୍ଠନ । ବିଜେଡି ବିଧାୟକଙ୍କ ନିଆରା ପ୍ରତିବାଦ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଜି ଖୋଜି ତାଙ୍କ କାର୍ୟ୍ୟାଳୟ ଆଗରେ ପହଞ୍ଚିଯାଇଥିଲେ ବିଜେଡି ବିଧାୟକ । ଆଉ ହାତରେ ଧରିଥିଲେ ଲଣ୍ଠନ। ଦିନରେ ଲଣ୍ଠନ ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାର ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଅଦ୍ୟତନ ହୋଇଛି
vf

Photograph: (kanak news)

କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଲଣ୍ଠନ । ବିଜେଡି ବିଧାୟକଙ୍କ ନିଆରା ପ୍ରତିବାଦ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଜି ଖୋଜି ତାଙ୍କ କାର୍ୟ୍ୟାଳୟ ଆଗରେ ପହଞ୍ଚିଯାଇଥିଲେ ବିଜେଡି ବିଧାୟକ । ଆଉ ହାତରେ ଧରିଥିଲେ ଲଣ୍ଠନ। ଦିନରେ ଲଣ୍ଠନ ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାର ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ୨୦୨୧ର ସ୍ମୃତିକୁ ତାଜା କରିଛି । କାରଣ ସମାନ ଢଙ୍ଗରେ ବିଜେପି ବିରୋଧୀ ଦଳ ଆସନରେ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ଯାଇଥିଲେ ବିଜେପି ବିଧାୟକ। 

ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ନବୀନ ନିବାସରେ ପହଞ୍ଚିଯାଇଥିଲେ ବିଜେପି ବିଧାୟକ। ଆଉ ଏବେ ସମାନ ପନ୍ଥା ଆପଣାଇଛି ମୁଖ୍ୟ ବିରୋଧୀ ଦଳ ବିଜେଡି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ବିଜେଡି ବିଧାୟକ। ବଡ଼ କଥା ହେଉଛି ଲଣ୍ଠନ ଧରି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। ଗୃହ ଭିତରେ ହାତାହାତି ପରେ ବିଜେଡି ବିଧାୟକ ବିଧାନସଭା ପରିସରରେ ଥିବା ମଧୁସୂଦନ ଦାଶଙ୍କ ପ୍ରତିମୂର୍ତ୍ତି ତଳେ ଆସି ଧାରଣା ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁଆଡ଼େ ଗଲେ ଲେଖାଥିବା ପୋଷ୍ଟର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ। ବିଶେଷ କରି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାୟନକୁ ଆଧାର କରି ବିଜେପିକୁ ଟାର୍ଗେଟ କରିଥିଲେ। 

୨୦୨୧ରେ ବିଜେଡି ସରକାରରେ ମୁଖ୍ୟ ବିରୋଧୀ ଦଳ ଥିଲା ବିଜେପି। ଗୃହ ସ୍ବାଭାବିକ ଚାଲିନପାରିବାରୁ ବିଜେପି ବିଧାୟକମାନେ ନବୀନ ନିବାସ ଭିତରକୁ ପ୍ରବେଶ କରିଥିଲେ। ଆଉ ପରମ୍ପରା ଅନୁସାରେ, ମୁଣ୍ଡରେ ଚନ୍ଦନ ଟିପା ମାରି ବିଜେପି ବିଧାୟକଙ୍କୁ ସ୍ବାଗତ କରିଥିଲେ ବିଜେଡି ବିଧାୟକ। ନବୀନ ନିବାସ ପରିସରରେ ସମସ୍ତ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା। ନବୀନ ନିବାସ ଭିତରେ ବିଜେପି ବିଧାୟକଙ୍କ ପାଇଁ ଘୋଳଦହି, ପଇଡ ପାଣି, କୋଲଡ୍ରିଙ୍କସ ଆଦି ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବାହାରକୁ ବାହାରିଥିଲେ ବିଜେପି ବିଧାୟକ। ସମାନ ଢଙ୍ଗରେ ବିଜେଡିର ଲଣ୍ଠନ ପ୍ରତିବାଦ, ରାଜ୍ୟ ରାଜନୀତିକୁ ସରଗରମ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe