ଅମରଙ୍କୁ ସମ୍ବିତଙ୍କ ସମର୍ଥନ; କହିଲେ, ଅନୁଭବୀ ଅମର ଯାହା କହିଛନ୍ତି ସମ୍ପୂର୍ଣ୍ଣ ଠିକ୍

Advertisment

ଅମର ଶତପଥୀଙ୍କୁ ବିଜେଡିରୁ ମିଳୁଛି ସମର୍ଥନ । ବିଜେଡି ନେତା ସମ୍ବିତ ରାଉତରାୟ କହିଲେ, ଅନୁଭବୀ ଅମର ଯାହା କହିଛନ୍ତି ସମ୍ପୂର୍ଣ୍ଣ ଠିକ୍ । ପରାଜୟର ଉତ୍ତରଦାୟିତ୍ୱ ନବୀନ ନେବା ଆବଶ୍ୟକ ବୋଲି କହିଥିଲେ ଅମର ।

ଅମର ଶତପଥୀଙ୍କୁ ବିଜେଡିରୁ ମିଳୁଛି ସମର୍ଥନ । ବିଜେଡି ନେତା ସମ୍ବିତ ରାଉତରାୟ କହିଲେ, ଅନୁଭବୀ ଅମର ଯାହା କହିଛନ୍ତି ସମ୍ପୂର୍ଣ୍ଣ ଠିକ୍ । ପରାଜୟର ଉତ୍ତରଦାୟିତ୍ୱ ନବୀନ ନେବା ଆବଶ୍ୟକ ବୋଲି କହିଥିଲେ ଅମର ।

Sambit Routray supports Amar Sathpathy

କନକ ବ୍ୟୁରୋ : ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟକୁ ସମର୍ଥନ କଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ କହିଛନ୍ତି ବରିଷ୍ଠ ନେତା ଅମର ଶତପଥି ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ କଥା । ଜଣେ ଅନୁଭବୀ ନେତା ଭାବେ ତାଙ୍କର ମତାମତ ସେ ରଖିଛନ୍ତି । ଯାହା କହୁଛନ୍ତି ଠିକ ମଧ୍ୟ କହୁଛନ୍ତି କିନ୍ତୁ ସଭାପତି ଜିଲ୍ଲାୱାରି ସମୀକ୍ଷା କରିଛନ୍ତି । ବିଭିନ୍ନ ନେତା ମାନଙ୍କୁ ନେଇ କମିଟି ଗଠନ କରାଯାଇ ବୈଠକ ମଧ୍ୟ ହେଉଛି । ସଭାପତି ବର୍ତ୍ତମାନ ସବୁଥିରେ ଚେଷ୍ଟା କରୁଛନ୍ତି । କଣ ହେଇଛି କଣ ନାହିଁ । ଆମେ ସମସ୍ତେ ଗୋଟିଏ ମାଳାରେ ଗୁନ୍ଥା ହେଉଛୁ ସେଇଟା ହେଉଛି ନବୀନ ମାଳା ।

କେଉଁଠି କିଛି ନେତା-ନେତା ମଧ୍ୟରେ ଯାହା ଅଛି ଦଳର ସଭାପତି ତାକୁ ଦୃଷ୍ଟି ଦେବେ ବୋଲି ଆଶା ବିଶ୍ଵାସ ଅଛି । ତେଣୁ ଅଧିକ ବ୍ୟତିବ୍ୟସ୍ତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ସମ୍ବିତ ରାଉତରାୟ ।

ବଡ଼ଚଣାରୁ ନିର୍ବାଚନରେ ଟିକେଟ ନମିଳିବା ପରେ ଅସନ୍ତୁଷ୍ଟ ଥିବା ଅମର ଶତପଥି ଗତକାଲି ବଡ଼ ବିସ୍ଫୋରଣ କରିଥିଲେ । କନକ ନ୍ୟୁଜର ଏକ ସାକ୍ଷାତକାରରେ ବଡ଼ଚଣାର ପୂର୍ବତନ ବିଧାୟକ କହିଥିଲେ, ଅଭିଜ୍ଞତା ଥାଇ ବି ଅନ୍ଧାରରେ ରହୁଥିଲେ ବିଜେଡି ସୁପ୍ରିମୋ । ନବୀନ ବାବୁ ଯଦି ସବୁ କଥା ଜାଣୁଥାନ୍ତେ ଆଜି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା । ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନ୍ୟମାନଙ୍କ କଥାରେ ନବୀନ ପଟ୍ଟନାୟକ ପରିଚାଳିତ ହେଉଥିଲେ ବୋଲି ଅଭିଯୋଗ କରିଥିଲେ ଅମର । ସେହିଭଳି ଗତ ସାଧାରଣ ନିର୍ବାଚନରେ ପରାଜୟର କାରଣ ପାଇଁ ପାଣ୍ଡିଆନ ନୁହେଁ ନବୀନ ବାବୁ ହିଁ ଦାୟୀ ବୋଲି ସେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe