ଅମର ହୋଇଗଲେ ସମ୍ବର ସ୍ବାଇଁ : ମୃତ୍ୟୁ ପୂର୍ବରୁ ବୃକକ୍ ଓ ଫୁସ୍‌ଫୁସ୍ ଦାନ କରି କଲେ ଶେଷ ନିଶ୍ବାସ ତ୍ୟାଗ

Advertisment

ମରିକି ଅମର ରହିଗଲେ ଗଞ୍ଜାମର ପୁଅ । ଅଙ୍ଗଦାନ କରି ଅମର ହୋଇଗଲେ ଜଗନ୍ନାଥପ୍ରସାଦ ବ୍ଲକ୍‌ ସୋରିଷମୂଳି ଗ୍ରାମର ସମ୍ବର ସ୍ବାଇଁ । ଗତ ୧୫ ବର୍ଷ ହେବ ଗୁଜରାଟ ସୁରତର ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ ସମ୍ବର

ମରିକି ଅମର ରହିଗଲେ ଗଞ୍ଜାମର ପୁଅ । ଅଙ୍ଗଦାନ କରି ଅମର ହୋଇଗଲେ ଜଗନ୍ନାଥପ୍ରସାଦ ବ୍ଲକ୍‌ ସୋରିଷମୂଳି ଗ୍ରାମର ସମ୍ବର ସ୍ବାଇଁ । ଗତ ୧୫ ବର୍ଷ ହେବ ଗୁଜରାଟ ସୁରତର ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ ସମ୍ବର

GANJAM

Photograph: (KANAKNEWS)

କନକବ୍ୟୁରୋ :  ମରିକି ଅମର ରହିଗଲେ ଗଞ୍ଜାମର ପୁଅ । ଅଙ୍ଗଦାନ କରି ଅମର ହୋଇଗଲେ ଜଗନ୍ନାଥପ୍ରସାଦ ବ୍ଲକ୍‌ ସୋରିଷମୂଳି ଗ୍ରାମର ସମ୍ବର ସ୍ବାଇଁ । ଗତ ୧୫ ବର୍ଷ ହେବ ଗୁଜରାଟ ସୁରତର ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ ସମ୍ବର ।  ଦୁଇଦିନ ତଳେ ହଠାତ ଛାତ ଉପରୁ ଖସି ପଡ଼ି ଗୁରୁତର ହୋଇପଡ଼ିଥିଲେ । ମେଡିକାଲରେ ଚିକିତ୍ସାବେଳେ ତାଙ୍କର ବଞ୍ଚିବା ସମ୍ଭବ ନୁହେଁ ବୋଲି କହିଥିଲେ ଡାକ୍ତର ।

ପଦାରେ ପଡିଲା ଶ୍ରୀମନ୍ଦିର ପ୍ରଶାସନର ତ୍ରୁଟି : ୨୦୨୬ ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଭୁଲ ସ୍ଥାନରେ କରାଯାଇଛି ଚିତ୍ରିତ

ଏହି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ, ପରିବାର ଲୋକ ସମ୍ବରଙ୍କ ଅଙ୍ଗଦାନ ପାଇଁ ଅନୁମତି ଦେଇଥିଲେ। ପରେ ସମ୍ବରରଙ୍କ ଶରୀର ର ବୃକକ ଓ ଫୁସଫୁସ୍‌ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ ହୋଇପାରିଛି। ଏହାଦ୍ବାରା ନିଜେ ମରିକି ବି ଦୁଇ ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ସମ୍ବର ସ୍ବାଇଁ। ସରକାରୀ ସିଭିଲ୍‌ ମେଡ଼ିକାଲରେ ଡାକ୍ତରମାନେ ତାଙ୍କ ଦୁଇଟି ଅଙ୍ଗକୁ ଗ୍ରହଣ କରିଛନ୍ତି । ସେଠାରୁ ତାଙ୍କ ମୃତ ଶରୀର ଗାଁ ସୋରିଶମୂଳି ଅଭିମୁଖେ ବହାରିଛି ଆଜି ସନ୍ଧ୍ୟାରେ ତାଙ୍କ ଶରୀର ଗାଁ ରେ ପଂହଁଚିବ । ପରିବାର ସହିତ ସମ୍ବରଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଶୋକାକୁଳ ପରିବେଶରେ ଅପେକ୍ଷା କରି ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe