କନକ ବ୍ୟୁରୋ : ସମ୍ବଲପୁର ବିଶ୍ଵବିଦ୍ୟାଳୟର ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ରାକେଶ ଦାସକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରୁ ଗିରଫ କରାଯାଇଛି। ପ୍ରେମ ସମ୍ପର୍କକୁ ନେଇ ଆକ୍ରମଣ କରାଯାଇଥିବା ପ୍ରେସମିଟରେ ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁ। କେବଳ ଜଣେ ବ୍ୟକ୍ତି ହିଁ ଆକ୍ରମଣ କରିଥିଲା ।
ସେ ଦୀର୍ଘ ଦିନରୁ ଛାତ୍ରୀଙ୍କ ସହ ସମ୍ପର୍କରେ ଥିଲେ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି। ଛାତ୍ରୀଙ୍କୁ ଏକ ନିଛାଟିଆ ସ୍ଥାନକୁ ଡକାଇ ଆକ୍ରମଣ କରିଥିଲା । ଝିଅ ମୋବାଇଲକୁ ଅନ୍ୟ ଏକ କଲ୍ ଆସିବାରୁ ମୁଖ୍ୟ ଅଭିଯୁକ୍ତ ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି ଏସପି । ତେବେ ସନ୍ଦେହ କରି ତାଙ୍କୁ ପଥରର ଛେଚି ଦେଇଥିଲା ଅଭିଯୁକ୍ତ ।