ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ; ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

STUDENT ATTACK

STUDENT ATTACK Photograph: (KANAKNEWS)

କନକ ବ୍ୟୁରୋ: ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କୁ ୧୫ ଜଣ ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି। କିନ୍ତୁ କାହିଁକି ଆକ୍ରମଣ କରିଛନ୍ତି ସେନେଇ କୌଣସି ବିଶେଷ ସୂଚନା ମିଳିନାହିଁ। 

ସୂଚନା ଅନୁସାରେ , ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ତେବେ ଏକ ଭଙ୍ଗା ଘର ଭିତରୁ ତାଙ୍କୁ ଉଦ୍ଧାର କରାଯାଇଛି। ୟୁନିଭର୍ସିଟିର ପାଖାପାଖି ୩୦୦ ମିଟର ଦୂରରେ ଏକ ଢାବା ଅଛି ଢାବା ନିକଟରେ ଥିବା ଏକ ଭଙ୍ଗା ଘରୁ ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାରେ ସତ୍ୟତା ଜଣାପଡିବ ବୋଲି ଆଶା କରାଯାଉଛି। 

ତେବେ କୌଣସି ଚିହ୍ନା ପିଲା ତାଙ୍କୁ ସେଠାକୁ ଡାକି ନେବା ପରେ ଆକ୍ରମଣ କରାଯାଇଛି। ଏବଂ ପଥରରେ ତାଙ୍କ ମୁ୍‌ଣ୍ଡକୁ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ରାତି ପାଖପାଖି ୧୨ଟା ସମୟରେ ଏ ଘଟଣା ଜଣାପଡିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe