ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା : ନିଲମ୍ବିତ ହେଲେ ସହକାରୀ ପ୍ରଫେସର

Advertisment

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ପିଏଚଡି ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ପିଏଚଡି ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା

SAMBALPUR UNVERSITY

Photograph: (KANAKNEWS)

କନକବ୍ୟୁରୋ : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ପିଏଚଡି ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ତଦନ୍ତ କରିଥିଲେ ।

ଅଧିକ ପଢନ୍ତୁ... ମହଙ୍ଗା ପଡିଲା ହୀରାକୁଦ ନଦୀବନ୍ଧ ରାସ୍ତାରେ ବିପଦପୂର୍ଣ୍ଣ ଗାଡ଼ିଚାଳନା : ୭ ଯୁବକ ଥାନାରେ ଅଟକ

ଆଇସିସିଙ୍କ ଅନୁମୋଦନ କ୍ରମେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସହକାରୀ ପ୍ରଫେସର ସରୋଜ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଫଳରେ ତାଙ୍କୁ ଶୈକ୍ଷିକ ଓ ପ୍ରାଶାସନିକ ଦାୟିତ୍ବରୁ ମୁକ୍ତ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ସେ ଅନ୍ୟ କୌଣସି ଅନୁଷ୍ଠାନ ସହ ଜଡ଼ିତ ହୋଇ ପାରିବେ ନାହିଁ। ସ୍ନାତକୋତ୍ତର ପରିଷଦ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ସେ ବିଶ୍ବବିଦ୍ୟାଳୟର ପ୍ରାଶାସନିକ କୋଠା ଅଥବା ସ୍ନାତକୋତ୍ତର ବିଭାଗର କୌଣସି ବିଭାଗକୁ ଯାଇପାରିବେ ନାହିଁ। ଏପରିକି ପ୍ରାକ୍ ଅନୁମତି ବିନା ଭୁବନେଶ୍ବର ବେହେରା କେନ୍ଦ୍ରୀୟ ପାଠାଗାରକୁ ମଧ୍ୟ ଯାଇପାରିବେ ନାହିଁ । କୌଣସି ପ୍ରାକ୍ ଅନୁମତି ବିନା ମୁଖ୍ୟାଳୟରେ ଅନୁପସ୍ଥିତ ରହିପାରିବେ ନାହିଁ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe