ଆଜି ସମ୍ୱଲପୁର ବନ୍ଦ : ସମର୍ଥନ ଜଣାଇଲେ ଟ୍ରେଡ ୟୁନିଅନ ଓ ବିଜେଡି

Advertisment

ଆଜି ସମ୍ୱଲପୁର ବନ୍ଦ ।  ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।  ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ ।  ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି

ଆଜି ସମ୍ୱଲପୁର ବନ୍ଦ ।  ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।  ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ ।  ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି

1

Photograph: (kanaknews)

କନକବ୍ୟୁରୋ : ଆଜି ସମ୍ୱଲପୁର ବନ୍ଦ ।  ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।  ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ ।  ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି । ସମସ୍ୟାର ସମାଧାନ ଦାବିରେ ଆଜି ସମ୍ବଲପୁର ବନ୍ଦ କରିଛନ୍ତି ଚାଷୀ ସଂଗଠନ ।  ବିଭିନ୍ନ ଛକରେ ଶତାଧିକ ଚାଷୀ ରହି ବନ୍ଦ ପାଳନ କରୁଛନ୍ତି । ଏହାସହ ବିଭିନ୍ନ ଟ୍ରେଡ ୟୁନିୟନ ଓ ବିଜେଡି ଦଳ ମଧ୍ୟ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଛି । ପଶ୍ଚିମ ଓଡିଶାରେ ଗୋଟିଏ ମାସ ବିଳମ୍ବରେ ଧାନ ମଣ୍ଡି ଆରମ୍ଭ ହେଇଥିବା ବେଳେ ଧାନ କ୍ରୟ ଓ ଟୋକାନ ବ୍ୟବସ୍ଥା ଅଚଳ ହେଇପଡିଛି। ସରକାର ଚାଷୀଙ୍କୁ ଟୋକାନ ପହଞ୍ଚେଇ ପାରୁନାହାନ୍ତି। ଏହାର ପ୍ରତିବାଦରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି  । 

ଭାରତରେ ରହି ପୁଣି ଥରେ ମୁହଁ ଖୋଲିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ଏହା ପୂର୍ବରୁ ୧୬ ତାରିଖରେ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସହଯୋଗ ପାଇଁ ଶ୍ରମିକ, ବ୍ୟବସାୟିକ, ପରିବହନ ସହିତ ସଂପୃକ୍ତ ଅନୁଷ୍ଠାନ, ସାମାଜିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକୁ ଅନୁରୋଧ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ଆଜି ବରେଇପାଲି ମଣ୍ଡିରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। 

କୃଷକ ସଙ୍ଗଠନର କହିବା ମୁତାବକ ଟୋକନ୍‌ ଦାବି ନେଇ ଚାଷୀମାନେ ରାଜପଥ ଅବରୋଧ କରିଥିଲେ। ହେଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟା ଚାଷୀଙ୍କୁ ଗିରଫ କଲା ପ୍ରଶାସନ। ସେପଟେ ଟୋକନ୍‌ ପ୍ରସଙ୍ଗରେ ଶାସକ ବିଜେପି ଦଳ ବିରୋଧୀ ବିଜେଡିକୁ ଟାର୍ଗେଟ୍‌ କରୁଛି, ଅଥଚ ଟୋକନ୍‌ ବାବଦରେ ମୁହଁ ଖୋଲୁନି ।  ଯୋଗାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ପଞ୍ଜୀକୃତ ୬୫ ହଜାର ୧୪୩ ଚାଷୀଙ୍କ ମଧ୍ୟରୁ ୬୧ ହଜାର ୮୯୨ ଜଣଙ୍କୁ ଟୋକନ୍‌ ମିଳିଛି । ୨ ହଜାର ଚାଷୀଙ୍କୁ ଗୋଟିଏ ବି ଟୋକନ୍‌ ମିଳିନାହିଁ । ଯେଉଁମାନଙ୍କୁ ମିଳିଛି କେବଳ ଗୋଟିଏ ଟୋକନ୍‌ ମିଳିଥିବାରୁ ସବୁ ଧାନ ବିକ୍ରି ହୋଇ ପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଧାନର ଅଭାବୀ ବିକ୍ରି ବଢ଼ିବାରେ ଲାଗିଛି । 

ଗୋଟିଏ ମାସ ବିଳମ୍ବରେ ମଣ୍ଡି ଖୋଲିବା ପରେ ମଧ୍ୟ ଚାଷୀଙ୍କୁ ଟୋକନ୍‌ ମିଳି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।   ଛତିଶଗଡ଼ରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ସମସ୍ୟା କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଉପୁଜିଥିବା ସ୍ପଷ୍ଟ। ଏହି ବୈଠକରେ କୃଷକ ନେତା ଅଶୋକ ପ୍ରଧାନ, ସରୋଜ, ବ୍ୟୋମକେଶ ଠାକୁର, ସୁଶାନ୍ତ ପଣ୍ଡା, ତରଣୀସେନ ଭୋଇ, ଦୋଳଗୋବିନ୍ଦ ନାୟକ, ଉମେଶ ମିଶ୍ର, ଭୈରବ ପ୍ରଧାନ, ଦିଲୀପ ସାହୁ, ବିପିନ ଭୋଇ, ସଞ୍ଜୀବ ବାରିକ, ଜୟନାରାୟଣ ସାହୁ, ଦିଲୀପ ମହାପାତ୍ର, ନନ୍ଦଲାଲ ତ୍ରିପାଠୀ, କାଶୀ ବିଶ୍ୱନାଥ, ସନ୍ତୋଷ ତେଲେଂଗା, ସରୋଜ ମହାପାତ୍ର, ଅଶ୍ୱିନୀ ହୋତା, ଅଶ୍ୱିନୀ ମହାପାତ୍ର, ଦାମୋଦର ପ୍ରଧାନ, ଯୋଗେଶ ଭୋଇ, ସୀତାକାନ୍ତ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe