ସ୍ୱେରେଜ୍ ଯନ୍ତ୍ରଣାରେ ଛଟପଟ ସମ୍ବଲପୁରବାସୀ, ଜିଲ୍ଲାପାଳଙ୍କ ଚିଠିକୁ ୱାଟକୋର ବେଖାତିର

Advertisment

ସମ୍ବଲପୁରରେ ଚାଲିଥିବା ସ୍ବେରେଜ ପ୍ରକଳ୍ପକୁ ନେଇ ଅସନ୍ତୁଷ୍ଟ ଖୋଦ ଜିଲ୍ଲାପାଳ। ଠିକା ସଂସ୍ଥା ବିଇଆଇଏଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ ମାସ ତଳେ ୱାଟକୋକୁ ଚିଠି ଲେଖିଥିଲେ ଜିଲ୍ଲାପାଳ। ତେବେ କାହିଁକି କାର୍ଯ୍ୟାନୁଷ୍ଠାନ  ନେଉନି ବିଭାଗ ? ଚାଲିଛି କି ବିଭାଗ ଓ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା?

ସମ୍ବଲପୁରରେ ଚାଲିଥିବା ସ୍ବେରେଜ ପ୍ରକଳ୍ପକୁ ନେଇ ଅସନ୍ତୁଷ୍ଟ ଖୋଦ ଜିଲ୍ଲାପାଳ। ଠିକା ସଂସ୍ଥା ବିଇଆଇଏଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ ମାସ ତଳେ ୱାଟକୋକୁ ଚିଠି ଲେଖିଥିଲେ ଜିଲ୍ଲାପାଳ। ତେବେ କାହିଁକି କାର୍ଯ୍ୟାନୁଷ୍ଠାନ  ନେଉନି ବିଭାଗ ? ଚାଲିଛି କି ବିଭାଗ ଓ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା?

1A

କନକ ବ୍ୟୁରୋ : ସ୍ବେରେଜ୍‌ ଯନ୍ତ୍ରଣାରେ ଛଟପଟ ସହରବାସୀ। ଅଧପନ୍ତରିଆ ପ୍ରକଳ୍ପକୁ ନେଇ ଖୋଦ୍‌ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ୱାଟକୋକୁ ଲେଖିଥିଲେ ଚିଠି। ମାତ୍ର ୩ ମାସ ବିତିଲାଣି କାହିଁକି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେଉନି ବିଭାଗ ସେ ନେଇ ଉଠିଛି ପ୍ରଶ୍ନ।

ସମ୍ବଲପୁରରେ ଚାଲିଥିବା ସ୍ବେରେଜ ପ୍ରକଳ୍ପକୁ ନେଇ ଅସନ୍ତୁଷ୍ଟ ଖୋଦ ଜିଲ୍ଲାପାଳ। ଠିକା ସଂସ୍ଥା ବିଇଆଇଏଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ ମାସ ତଳେ ୱାଟକୋକୁ ଚିଠି ଲେଖିଥିଲେ ଜିଲ୍ଲାପାଳ। ତେବେ କାହିଁକି କାର୍ଯ୍ୟାନୁଷ୍ଠାନ  ନେଉନି ବିଭାଗ ? ଚାଲିଛି କି ବିଭାଗ ଓ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା? ଚିଠି ଲେଖିବାର ୩ ମାସ ପରେ ବି ବିଭାଗର ଏ ଅବହେଳା କାହିଁକି? ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ସଂପୃକ୍ତ ସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ସହରବାସୀ ଦାବି କରିଛନ୍ତି । 

ଅଧିକ ପଢ଼ନ୍ତୁ : ଜୁନ୍‌ରେ ହେବ କି ସମ୍ବଲପୁର ମହାନଗର ନିଗମ ନିର୍ବାଚନ,  ପ୍ରାୟ ୧୩ ବର୍ଷ ହେଲା ପୌର ନିର୍ବାଚନ ଦେଖିନି ସମ୍ବଲପୁର

  • ୨୪ ଜାନୁଆରି ୨୦୧୭ରୁ ଆରମ୍ଭ ହୋଇଥିଲା ସ୍ବେରେଜ ପ୍ରକଳ୍ପ
  • ୨୩ ଜାନୁଆରି ୨୦୨୦ ଭିତରେ କାମ ସାରିବାକୁ ଥିଲା ନିର୍ଦ୍ଦେଶ
  • ଏବେ ପ୍ରକଳ୍ପର ମାତ୍ର ୩୦ ପ୍ରତିଶତ ସରିଛି

ସ୍ବେରେଜ୍ ନାଁରେ ଚାରିଆଡ଼ ଖୋଳାଖୋଳି କରି ପୂରା ସହରକୁ କଦର୍ଯ୍ୟ  କରିସାରିଲାଣି ଠିକା ସଂସ୍ଥା। ୨୯୪ କୋଟିର ପ୍ରକଳ୍ପ ପାଇଁ ଅଧାରୁ ଅଧିକ ଟଙ୍କା ବି ଖର୍ଚ୍ଚ ସରିଲାଣି । ଏହାରି ଭିତରେ ଠିକା ସଂସ୍ଥାର ନାଁ ପରିବର୍ତ୍ତନ ହୋଇସାରିଛି । ପାଇପ୍ ବିଛା କାମ ପେଟି ଠିକାଦାରଙ୍କୁ ଦିଆଯାଇଥିବାରୁ କଚ୍ଛପ ଗତିରେ ଚାଲିଛି କାମ। ଠିକାଦର ମାଲାମାଲ ହେଉଛନ୍ତି କିନ୍ତୁ ସମ୍ବଲପୁରବାସୀ ହଇରାଣ ହେଉଛନ୍ତି। କୁହାଯାଉଛି ୱାଟକୋ -ସ୍ବେରେଜ ବୋର୍ଡର ବାବୁମାନେ ଓ ଠିକା ସଂସ୍ଥା ମିଶି ପେଟି ଠିକାଦରଙ୍କୁ କାମ ବିକ୍ରି କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe