ବିଷ ପିଉଛନ୍ତି ସମ୍ବଲପୁରବାସୀ : ୱାଟକୋ ଯୋଗାଉଥିବା ପାଇଁ ନୁହେଁ ବିଶୁଦ୍ଧ

Advertisment

ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ନୁହେଁ ପିଇବା ଯୋଗ୍ୟ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି, ଉପୁଜିପାରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ।

ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ନୁହେଁ ପିଇବା ଯୋଗ୍ୟ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି, ଉପୁଜିପାରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ।

14

Photograph: (kanaknews)

କନକବ୍ୟୁରୋ : ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ନୁହେଁ ପିଇବା ଯୋଗ୍ୟ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି, ଉପୁଜିପାରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ।  ମାନେଶ୍ଵର ଓ ବରାଇପାଲି ବିଶୋଧନାଗାରରୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ୧୩ ତାରିଖରେ ୱାଟକୋକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ ।   ଯଦି ଏହି ଜଳଯୋଗାଣ ଜାରି ରୁହେ ତେବେ ଆଗାମୀ ଦିନରେ ସମ୍ବଲପୁର ସହରରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଚେତାଇ ଦେଇଛି ଜନସ୍ବାସ୍ଥ୍ୟ ବିଭାଗର ଚିଠି ।  

ଏଭଳି ଦୂଷିତ ପାଣି ବ୍ୟବହାର କଲେ ଡାଏରିଆ ସହ ଚର୍ମ ରୋଗର ଆଶଙ୍କା କରିଛି ।   ସହର ଭିତରେ କେଉଁଠି ଡ୍ରେନ ଭିତରେ ପାଇପ ଲାଇନ ଯାଇଛି ତ ଆଉ କେଉଁଠି ପାଇପ୍ ଫାଟି ଯାଇଥିବା ଦେଖିବାକୁ ମିଳିଛି ।  ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟକକୁ ଚେତାବନୀ ସ୍ବରୁପ ଏହି ଚିଠି ଲେଖାଯାଇଥିବା ବେଳେ ଆତଙ୍କିତ ଅବସ୍ଥାରେ ସହରବାସୀ ।   ଗୋପାଳ ମାଲ ଓ ଦାନପାଲି ଅଂଚଳରେ ୩ଜଣଙ୍କୁ ଜଣ୍ଡିସ ହୋଇଥିବା ବେଳେ ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି ।  ସେପଟେ ଜନସ୍ବାସ୍ଥ୍ୟ ବିଭାଗର ମିଛ କହୁଛି ବୋଲି କହିଛନ୍ତି ୱାଟକୋ ଜେନେରାଲ ମ୍ୟାନେଜର ବ୍ରହ୍ମେଶ୍ବର ଦାସ 
---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe