କନକବ୍ୟୁରୋ : ସମ୍ବଲପୁର ମାନେଶ୍ବର ବୃଦ୍ଧା ମାଆ-ଝିଅ ହତ୍ୟା ଘଟଣା । ସିନ୍ ରିକ୍ରିଏସନ୍‌ବେଳେ କିଭଳି ମାଆ-ଝିଅ ହତ୍ୟା କରିଥିଲା ପୁଅ ଓ ନାତି ବଖାଣିଛନ୍ତି । ନିଜ ହାତରେ ମାଆ ଓ ଭଉଣୀକୁ ପୁଅ ଓ ନାତି ପ୍ରଥମେ ଶ୍ବାସ ରୁଦ୍ଧ କରି ହତ୍ୟା କରିବା ପରେ ପେଟ୍ରୋଲ ଢାଳି କିଭଳି ହତ୍ୟା କରିଛନ୍ତି ତାହା ସିନ୍ ରିକ୍ରିଏସନ୍‌ବେଳେ ବଖାଣିଛନ୍ତି ଅଭିଯୁକ୍ତ ବାପା ପୁଅ  ।

Advertisment

ଗିରଫ ହେବା ପରେ ଅଭିଯୁକ୍ତ ପୁଅ ଜଗନ୍ନାଥ ଦିକ୍ଷୀତ ଓ ନାତି ସଂକେତ ଦିକ୍ଷୀତଙ୍କୁ ନେଇ ଗତକାଲି ରାତିରେ ସିନ ରିକ୍ରିଏସନ କରିଛି ସଦର ଥାନା ପୋଲିସ । ହତ୍ୟା କରିଥିବା ଘରକୁ ନେଇ ପୋଲିସ ସିନ ରିକ୍ରିଏସନ କରାଇଛି । ପ୍ରଥମେ ଅଭିଯୁକ୍ତ ଦ୍ବୟ ମାନେଶ୍ବର ପେଟ୍ରୋଲ ପମ୍ପରୁ ୨୦୦ ଟଂକାର ପେଟ୍ରୋଲ ଆଣି ଘରେ ରଖିଥିଲେ  ।  ସିନ୍ ରିକ୍ରିଏସନ୍‌ବେଳେ ତାହା ଦେଖାଇଛନ୍ତି  । ଘର ତଳ ରୁମରେ ହତ୍ୟାରେ ବ୍ୟବହୃତ ହୋଇଥିବା ଗାମୁଛା ରଖିଥିବା ମଧ୍ୟ ଦେଖାଇଛନ୍ତି । 

କେମିତି ହତ୍ୟା ହୋଇଥିଲା ଓ ଘରକୁ ବୋହି ନେଇ ଗ୍ୟାସ୍ ଅନ୍ କରି ନିଆଁ ଲଗାଇ ଝରକା ବାଟେ ଡେଇଁଥିଲେ ତାହା ମଧ୍ୟ ଡେମୋରେ ଦେଖାଇଛନ୍ତି । ହତ୍ୟା ପରେ ପେଟ୍ରୋଲ ଢାଳି ପୋଡିଥିଲେ ଅଭିଯୁକ୍ତ   । ଏବେ କନକ ନ୍ୟୁଜ ହାତରେ ଲାଗିଛି ପେଟ୍ରୋଲ କିଣିବା ସମୟର ଏକ୍ସକ୍ଲୁସିଭ ଦୃଶ୍ୟ  । ପେଟ୍ରୋଲ ପମ୍ପରୁ ଏକ ବଟଲ୍‌ରେ ପେଟ୍ରୋଲ କିଣୁଥିବାର ଏକ୍ସକ୍ଲୁସିଭ୍ ଦୃଶ୍ୟ ସାମ୍ନାକୁ ଆସିଛି  ।  ସମ୍ପତ୍ତି ବିବାଦକୁ ନେଇ ନିଜ ବୃଦ୍ଧା ମାଆ ଓ ଭଉଣୀକୁ ହତ୍ୟା କରିଛନ୍ତି ପୁଅ ଓ ନାତି। ଘଟଣାଟି ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।