ସମ୍ବଲପୁର ମାନସିକ ରୋଗୀ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା : ବନ୍ଧା ହେଲେ ଅଧ୍ୟକ୍ଷ, ବ୍ଲାକ ଲିଷ୍ଟରେ ସର୍ମଥ କେନ୍ଦ୍ର

Advertisment

ଅମାନବିକତାର ସବୁ ସୀମା ଟପିଯାଇଥିଲେ ସମ୍ବଲପୁର ସମର୍ଥ କେନ୍ଦ୍ରର ଅଧ୍ୟକ୍ଷ ଓ କେୟାରଟେକର । ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ସମର୍ଥରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ 

ଅମାନବିକତାର ସବୁ ସୀମା ଟପିଯାଇଥିଲେ ସମ୍ବଲପୁର ସମର୍ଥ କେନ୍ଦ୍ରର ଅଧ୍ୟକ୍ଷ ଓ କେୟାରଟେକର । ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ସମର୍ଥରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ 

sbp

sbp Photograph: (KanakNews )

କନକବ୍ୟୁରୋ : ଅମାନବିକତାର ସବୁ ସୀମା ଟପିଯାଇଥିଲେ ସମ୍ବଲପୁର ସମର୍ଥ କେନ୍ଦ୍ରର ଅଧ୍ୟକ୍ଷ ଓ କେୟାରଟେକର । ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ସମର୍ଥରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ  । ସାମ୍ନାକୁ ଆସିଲା ସମ୍ପର୍କ କେନ୍ଦ୍ରର ଆଉ କିଛି ଦୃଶ୍ୟ । ସହାୟିକା ସ୍ବାଗତିକା ପ୍ରଧାନ କିଭଳି ଅନ୍ତେବାସୀଙ୍କୁ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରସୁଛନ୍ତି ତାହାର ଭିଡିଓ ସାମ୍ନାକୁ ଆସିଛି । 

ଅନ୍ତେବାସୀଙ୍କୁ ଖାଇବାରେ କେବଳ ଭାତ ପରସୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ସେହିପରି ଅନ୍ୟ ଏକ ଭିଡିଓରେ ସହାୟିକା ସ୍ବାଗତିକା ଅନ୍ତେବାସୀଙ୍କୁ ଲାଇନ୍‌ କରି ଏକ ବାଡ଼ିରେ ବାଡ଼ଉଥିବାର ଦେଖିବାକୁ ମିଳୁଛି  । ତେବେ ଏଭଳି ସବୁ ଭିଡିଓ ଭାଇରାଲ ହେବା ପରେ ସମର୍ଥ କେନ୍ଦ୍ରର ଅଧ୍ୟକ୍ଷ ହରିଶ ଚନ୍ଦ୍ର ଦାସକୁ ଗିରଫ କରାଯାଇଛି। ଏଥିସହ କେୟାରଟେକର ସ୍ବାଗତିକାଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡିଛି  । 

ଏଥିସହ ସମର୍ଥ କେନ୍ଦ୍ରକୁ ବ୍ଲାକ୍‌ ଲିଷ୍ଟ ମଧ୍ୟ କରାଯାଇଛି । ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅନେକ ଭିଡିଓ ଭାଇରାଲ ହୋଇଛି। କିଭଳି ଅମାନୁଷିକ ଭାବେ ମାନସିକ ବିକାରଗ୍ରସ୍ତ ଅନ୍ତେବାସୀଙ୍କୁ ମାଡ଼ ମାରୁଥିଲେ ଅଧ୍ୟକ୍ଷ ଓ କେୟାରଟେକର ତାହା ଭିଡିଓରେ ଦେଖିବାକୁ ମିଳିଛି  ।

ପୂର୍ବରୁ ଏହି କେନ୍ଦ୍ରରେ କାମ କରୁଥିବା ଲିପିକା ଦର୍ଜୀଙ୍କ ଅଭିଯୋଗ ପରେ ସମର୍ଥ ଅଧ୍ୟକ୍ଷଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ଏହି ଘଟଣାକୁ ସାମ୍ନାକୁ ଆଣିବା ପାଇଁ ଅନେକ ଦିନ ଧରି ଚେଷ୍ଟା ଚଳାଇଥିଲେ ଲିପିକା। ଶେଷରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସହଯୋଗ ପରେ ଘଟଣାଟି ପ୍ରଘଟ ହୋଇଛି ଏବଂ ତ୍ବରିତ ଆକ୍ସନ ମଧ୍ୟ ନିଆଯାଇଛି।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe