କନକ ବ୍ୟୁରୋ : ସମ୍ୱଲପୁର ଜିଲ୍ଲା କିସିଣ୍ଡା ଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରି ଅଭିଯୋଗ । କିସିଣ୍ଡା ଥାନାରେ ସ୍ୱାମୀ-ସ୍ତ୍ରୀଙ୍କ ବିବାଦର ସମାଧାନ କରିବାକୁ ଯାଇ ଆଇନକୁ ହାତକୁ ନେଲେ କନେଷ୍ଟବଳ । ସ୍ୱାମୀ-ସ୍ତ୍ରୀ ଆପୋସ ବୁଝାମଣା ପାଇଁ କହିଲେ କିନ୍ତୁ ସ୍ୱାମୀଙ୍କୁ ଥାନାରେ କନେଷ୍ଟବଳ ବୈଦନାଥ ବେହେରା ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଉଦବେଗର ବିଷୟ ହେଉଛି ସଂପୃକ୍ତ କନେଷ୍ଟବଳ ନାଁରେ ଏତଲା ଦେବାରୁ ଗ୍ରହଣ କଲେନି ଥାନା ଅଧିକାରୀ । କିସିଣ୍ଡା ଥାନା ଅଧିକାରୀ ଓ କନେଷ୍ଟବଳ ବୈଦନାଥ ବେହେରାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମହୁକୁଦ ଗାଁର ରମେଶ ମୁଖୀ । ଅଭିଯୋଗ ଅନୁସାରେ, ପାରିବାରିକ ଝଗଡ଼ା ପରେ ଅକ୍ଟୋବର ୪ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ ରୀତା ମୁଖୀ । ୫ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାକୁ ଡକାଯାଇଥିଲେ । ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ କନେଷ୍ଟବଳ ହୋଇଥିଲେ ସର୍ବେସର୍ବା । ଦୁହେଁ ଆପୋସ ବୁଝାମଣା ପାଇଁ କହିବା ସତ୍ତ୍ୱେ ସ୍ୱାମୀଙ୍କୁ ଥାନାରେ ପୂରାଇ ନିସ୍ତୁକ ମାଡ଼ ମାରିଛନ୍ତି । ଗୁରୁତର ଆହତ ହୋଇ ରମେଶ ନାକଟିଦେଉଳ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଥାନା ଅଧିକାରୀ ଅଭିଯୋଗକୁ ଖଣ୍ଡନ କରି କହୁଛନ୍ତି କାହାକୁ ମାଡ଼ ହୋଇନାହିଁ ।
ସମ୍ବଲପୁର କିସିଣ୍ଡା ଥାନା ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗ, ଅଭିଯୋଗ କରିବାକୁ ଯାଇଥିବା ବେଳେ କନେଷ୍ଟବଳ ମାଡ଼ ମାରିଥିବା ଅଭିଯୋଗ
ସ୍ୱାମୀ-ସ୍ତ୍ରୀ ଆପୋସ ବୁଝାମଣା ପାଇଁ କହିଲେ କିନ୍ତୁ ସ୍ୱାମୀଙ୍କୁ ଥାନାରେ କନେଷ୍ଟବଳ ବୈଦନାଥ ବେହେରା ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଉଦବେଗର ବିଷୟ ହେଉଛି ସଂପୃକ୍ତ କନେଷ୍ଟବଳ ନାଁରେ ଏତଲା ଦେବାରୁ ଗ୍ରହଣ କଲେନି ଥାନା ଅଧିକାରୀ । କିସିଣ୍ଡା ଥାନା ଅଧିକାରୀ ଓ କନେଷ୍ଟବଳ ବୈଦନାଥ ବେହେରାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମହୁକୁଦ ଗାଁର ରମେଶ ମୁଖୀ ।
/kanak/media/media_files/2025/10/10/28-2025-10-10-13-02-17.jpg)